Latest Odisha News

BREAKING NEWS

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା, ୮ ମେ’ ପର୍ଯ୍ୟନ୍ତ ଜେଲ୍ ରେ ରହିବେ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ଆପ ନେତା ମନୀଷ ସିସୋଦିଆଙ୍କୁ ପୁଣି ଲାଗିଲା ଅଦାଲତୀ ଝଟକା । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜଡିତ ମନି ଲଣ୍ଡରିଂ ଘଟଣାରେ ରାଉସ୍ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ ୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ମନୀଷ ସିସୋଦିଆଙ୍କ ବ୍ୟତୀତ ବିଜୟ ନାୟର ଏବଂ ଅନ୍ୟ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ମଧ୍ୟ ମେ ୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଶୁଣାଣି ସମୟରେ ଇଡି ତା’ର ଉତ୍ତର ଦାଖଲ କରିବାକୁ ସମୟ ମାଗିଥିଲା । ଏହା ଉପରେ କୋର୍ଟ ମେ ୮ ତାରିଖ ପର୍ଯ୍ୟନ୍ତ ଇଡିକୁ ସମୟ ଦେଇଥିଲେ । କୋର୍ଟ କହିଛନ୍ତି ଯେ, ମେ ୮ ତାରିଖ ମଧ୍ୟାହ୍ନ ୧୨ ଟା ସୁଦ୍ଧା ଡକ୍ୟୁମେଣ୍ଟ ଯାଞ୍ଚ ସମ୍ବନ୍ଧରେ ଇଡି ତା’ର ଉତ୍ତର ଦାଖଲ କରିପାରିବ ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତବର୍ଷ ଫେବୃଆରୀ ୨୬ରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ଇଡି । ସେବେଠାରୁ ସେ ଜେଲରେ ଅଛନ୍ତି । ତେବେ ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଗିରଫ କରିଛି ଇଡି ।

 

Leave A Reply

Your email address will not be published.