Latest Odisha News

BREAKING NEWS

ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ

ସମ୍ବଲପୁର: ବିଜେଡିର ପୂର୍ବତନ ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ ବିଜୁ ଜନତା ଦଳରୁ ଇସ୍ତଫା ଦେବା ପରେ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଦଳର ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି।

ଅଜୟ କୁମାର ନଗେନ୍ଦ୍ରଙ୍କ ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିବା ସହ ସମ୍ବଲପୁର ଓ ଆଖପାଖ ଅଞ୍ଚଳରେ ଦଳର ଶକ୍ତି ଉପରେ ଆଶାନୁରୂପ ସକାରାତ୍ମକ ପ୍ରଭାବ ପଡିବ ବୋଲି ସେ କହିଛନ୍ତି। ସମ୍ବଲପୁର ଆସନ ପାଇଁ ନଗେନ୍ଦ୍ରଙ୍କୁ ପ୍ରାର୍ଥୀ ନ କରିବାକୁ ବିଜେଡିର ନିଷ୍ପତ୍ତିକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି।

ସମ୍ବଲପୁର ଆସନ ପାଇଁ ବିଜେଡି ଏହାର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଲଢ଼େଇ ପାଇଁ ମଞ୍ଚ ପ୍ରସ୍ତୁତ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ଦୁଲାଲ ଚନ୍ଦ୍ର ପ୍ରଧାନ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି।

ନଗେନ୍ଦ୍ର କଂଗ୍ରେସ ଦଳର ଆଦର୍ଶ ଏବଂ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱକୁ ସମର୍ଥନ କରି କଂଗ୍ରେସ ଦଳ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଦଳର ସ୍ୱାର୍ଥ ପାଇଁ ନିଃସ୍ୱାର୍ଥପର ଭାବେ କାମ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

ନଗେନ୍ଦ୍ର ପ୍ରଧାନ ଆଠମଲ୍ଲିକରୁ ସିପିଆଇଏମ୍ ବିଧାୟକ ପ୍ରାର୍ଥୀ ଭାବରେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ଯେଉଁଠାରେ ସେ ୧୯୯୦ ରେ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୦୦ ଓ ୨୦୦୪ରେ ସେ ସେହି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ୨୦୧୪ ମସିହାରେ ସେ ସମ୍ବଲପୁର ନିର୍ବାଚନ ମଣ୍ଡଳୀରୁ ୧୬ଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

୨୦୧୯ରେ ଦଳୀୟ ଟିକେଟ ନ ମିଳିବା ପରେ ନଗେନ୍ଦ୍ର ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ହେବା ନେଇ ଆଶା ରଖିଥିଲେ। ହେଲେ ଏଥିର ବି ନିରାଶ ହେବା ପରେ ସେ ବିଜେଡି ଛାଡିବାକୁ ନିଷ୍ପତ୍ତି ନେଇଥିଲେ।

Leave A Reply

Your email address will not be published.