ଭୁବନେଶ୍ବର: ଜେଲରୁ ବାହାରିବା ପରେ ପୁଣି ଚାକିରୀରେ ଯୋଗଦେଲେ ଚର୍ଚ୍ଚିତ ଆଇଏଏସ୍ ଧୀମାନ ଚକମା । ତାଙ୍କୁ ରାଜସ୍ୱ ବିଭାଗର ଉପ-ସଚିବ ଭାବେ ନିଯୁକ୍ତି ମିଳିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଥିବାବେଳେ, ଧୀମାନ ଚକମା ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ସେତେବେଳେ ଭିଜିଲାନ୍ସ ତାଙ୍କ ଘରୁ ନଗଦ ୪୭ ଲକ୍ଷ ୪୭ ହଜାର ୬ ଶହ ଟଙ୍କା ଜବତ କରିଥିଲା ।
ପରେ ଉପ ଜିଲ୍ଲାପାଳ ଚକମାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି ୯ ତାରିଖରେ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା ।
ଚକମା ୨୦୨୧ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ ଅଫିସର । ସେ ତ୍ରିପୁରାର କାଞ୍ଚନପୁରର ବାସିନ୍ଦା । ଧିମାନଙ୍କ ତ୍ରିପୁରା ସ୍ଥିତ ଘରେ ମଧ୍ୟ ଚଢାଉ କରିଥିଲା ଭିଜିଲାନ୍ସ । ଏଠାରୁ ମଧ୍ୟ ଭିଜିଲାନ୍ସ ଅନେକ ତଥ୍ୟ ମିଳିଥିଲା । ତେବେ ଭିଜିଲାନ୍ସ ହାତରେ ଧରାପଡିବା ପରେ ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ରାଜ୍ୟ ସରକାର । ଏବେ ପୁଣି ସେ ଚାକିରିରେ ଯୋଗ ଦେଇଛନ୍ତି ।