Latest Odisha News

BREAKING NEWS

ବ୍ରହ୍ମା କୁମାରୀ ଏବଂ ଅନ୍ୟ ଆନ୍ତର୍ଜାତିକ ସଙ୍ଗଠନ ଭାରତ ବିରୋଧୀ ପ୍ରଚାର ମୁକାବିଲା କରିବାକୁ ସମର୍ଥ :ମୋଦି

ପ୍ରଧାନମନ୍ତ୍ରୀ ମୋଦି ଆଜାଦୀ କି ଅମୃତ ମହୋତ୍ସୋବର ‘ସ୍ୱର୍ଣ୍ଣିମ ଭାରତ୍‌ କେ ଔର୍‌ ‘ ଜାତୀୟ ଉଦଘାଟନୀ ସମାରୋହ ଭିଡିଓ କନଫରେନ୍ସି ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଅବସରରେ ବ୍ରହ୍ମକୁମାରୀ ମାନଙ୍କ ଆଜାଦୀ କୀ ଅମୃତ ମହୋତ୍ସବରେ ବର୍ଷେ ବ୍ୟାପି କରାଯାଇଥିବା ୩୦ ରୁ ଅଧିକ ଅଭିଯାନ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଛି ।

ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ବ୍ରହ୍ମକୁମାରୀ ସଙ୍ଗଠନ ଭାରତ ବିରୋଧରେ ପ୍ରଚର କରୁଥିବା ସଙ୍ଗଠନକୁ ମୁକାବିଲା କରିବା ଲାଗି ସମର୍ଥ । ଭାରତ ବିରୋଧରେ ଗୁଜବ ଉଠିଲେ ଆମେ ସମସ୍ତଙ୍କ ଦାୟିତ୍ୱ ତାକୁ ସାମ୍ନା କରିବାର । ତେଣୁ ସମସ୍ତଙ୍କର ସମାଧ ଅଧିକାର ମଧ୍ୟ ରହିଛି ଦେଶ ବିରୋଧରେ ଉଠୁଥିବା ଗୁଜବର ସ୍ୱର ଉତ୍ତୋଳନ କରିବା ।ବ୍ରହ୍ମ କୁମାରୀ ଆଜାଦି କି ଅମୃତ ମହୋତ୍ସୋବର ‘ସ୍ୱର୍ଣ୍ଣିମ ଭାରତ୍‌ କେ ଔର୍‌ ର କୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଂଶସା କରିଛନ୍ତି ।

ଏହି ଅବସରରେ ସେ ମାଇଁ ହେଲ୍‌ଦି ଇଣ୍ଡିଆ, ‘ଆତ୍ମନିର୍ଭର୍‌ ଭାରତ୍‌ ସେଲ୍‌ଫ୍ ରିଲାଏଣ୍ଟ୍‌ ଫାର୍ମର୍ସ,ପାୱାର୍‌ଅଫ୍‌ ପିସ୍‌ ବସ୍‌ କ୍ୟାମ୍ପେନ୍‌, ଅନ୍ଦେଖା ଭାରତ ସାଇକେଲ୍‌ ରାଲି ,ୟୁନାଇଟେଡ୍‌ ଇଣ୍ଡିଆ ମୋଟର୍‌ ବାଇକ୍‌ କ୍ୟାମ୍ପେନ୍‌, ଏବଂ ଗ୍ରିନ୍‌ ଇନିସିଏଟିଭ୍‌’ ଯୋଜନାର ଶୁଭାରମ୍ଭ କରିଛନ୍ତି।

ଦେଶରେ ଘଟୁଥିବା ପ୍ରତ୍ୟେକ ଘଟଣା ପାଇଁ ସମସ୍ତ ଦାୟିତ୍ୱବୋଧ ହେବା ଆବଶ୍ୟକ ବୋଲି ଏହ କାର୍ଯ୍ୟକ୍ରମରେ ମୋଦି କହିଥିଲେ । ଏହାକୁ ମାମୁଲି ରାଜନୀତି କହି ଏଡ଼ାଇ ଦେଇ ହେବ ନାହିଁ। ଏହା ଆମ ଦେଶର ସୁଖ୍ୟାତିର ପ୍ରସଙ୍ଗ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି।

Comments are closed, but trackbacks and pingbacks are open.