Latest Odisha News

BREAKING NEWS

୧୬୦ କାର୍ଟୁନ ଅଣ୍ଡା ଚୋରି କରିବା ଅଭିଯୋଗରେ ଜଣେ ଗିରଫ

କଟକ: ଅଣ୍ଡା ଚୋରି କରିବା ଅଭିଯୋଗରେ ପୋଲିସ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏଥିସହିତ କ୍ରାଇମ କରିବା ପାଇଁ ବ୍ୟବହୃତ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଅବଦୁଲ ରଜକ ନାମକ ଜଣେ ବ୍ୟକ୍ତି ତାଙ୍କ ଦୋକାନରୁ କେହି ୧୬୦ କାର୍ଟୁନ ଅଣ୍ଡା ଚୋରି କରିଥିବା ନେଇ ଗତ ନଭେମ୍ବର ୬ ତାରିଖରେ ଜଗତପୁର ଥାନାରେ ଅଭିଯୋଗ କରିଥିଲେ ।

ପରେ ଏନେଇ ପୋଲିସ ପକ୍ଷରୁ ଛାନଭିନ୍ନ କରାଯାଇଥିବା ବେଳେ ପ୍ରମୋଦ କୁମାର ବେହେରାଙ୍କୁ ଗିରଫ କରାଯାଇଥିଲା ।

ତେବେ ସେ ଅପରାଧ ସ୍ୱିକାର କରିବା ସହ ଉକ୍ତ ଅଣ୍ଡା ଗୁଡିକୁ ଭଦ୍ରକରେ ବିକ୍ରି କରିଦେଇଥିବା ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.