Latest Odisha News

BREAKING NEWS

ପାରାଦୀପ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ୧ ଗୁରୁତର ଆହତ

ପାରାଦୀପ : ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରାଦୀପ ଟର୍ମିନାଲ ରୋଡ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର ଆହତ ହୋଇଛନ୍ତି ।

ମୃତକ ଜଣକ ଦଶରଥ ସିଂ ଏବଂ ଗୁରୁତର ଆହତଙ୍କ ନାମ ସୋନୁ ଯାଦବ ବୋଲି ଜଣାପଡିଥିବା ବେଳେ ଉଭୟଙ୍କ ଘର ବିହାରର ପାଟନା ହୋଇଥିବା ନେଇ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ଦୁହେଁ କୌଣସି କ ରେ ଏକ ମୋଟର ସାଇକେଲରେ ଇଫକୋ ଛକରୁ ପାରାଦୀପ ଯାଉଥିବା ସମୟରେ ଦୁର୍ଭାଗ୍ୟବଶତଃ ପଛପଟୁ ଏକ ଟ୍ୟାଙ୍କର ଟ୍ରକ୍ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଟ୍ରକ୍ ଟି ଦଶରଥଙ୍କ ମୁଣ୍ଡ ଉପରେ ଚଢି ଯାଇଥିବା ବେଳେ ସୋନୁଙ୍କ ଗୋଟିଏ ହାତ ଉପରେ ଚଢିଯାଇଥିବା ନେଇ ସୁତ୍ରରୁ ପ୍ରକାଶ । ଫଳରେ ଘଟଣାସ୍ଥଳରେ ଦଶରଥ ସିଂ ଙ୍କର ମୃତ୍ୟୁ ଘଟିଥିବା ବେଳେ ସୋନୁ ଯାଦବ ଗୁରୁତର ଆହତ ହୋଇଛନ୍ତି।

ତେବେ ଘଟଣାସ୍ଥଳରେ ପାରାଦୀପ ପୋଲିସ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଆହୁରି ମଧ୍ୟ ଉକ୍ତ ଟ୍ୟାଙ୍କରକୁ ଜବତ କରି ଏକ ତଦନ୍ତ ଆରମ୍ଭ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.