Latest Odisha News

BREAKING NEWS

ନେଦରଲାଣ୍ଡ ଠାରୁ ସଂଘର୍ଷପୂର୍ଣ୍ଣ ୨-୧ ରେ ପରାସ୍ତ ହୋଇ ଭାରତର ବିଶ୍ୱକପରୁ ବିଦାୟ

ଭୁବନେଶ୍ୱର: ଓଡ଼ିଶା ବିଶ୍ୱକପ ହକିରେ ଆଜି ଖେଳାଯାଇଥିବା ଉତ୍କଣ୍ଠାପୂର୍ଣ୍ଣ କ୍ୱାର୍ଟର୍ ଫାଇନାଲ ମ୍ୟାଚରେ ଆୟୋଜକ ଭାରତ ଶକ୍ତିଶାଳୀ ନେଦରଲାଣ୍ଡ ଦଳଠାରୁ ୨-୧ ଗୋଲରେ ପରାସ୍ତ ହୋଇ ସେମିଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି । ଏହି ପରାଜୟ ସହିତ ଭାରତର ବିଶ୍ୱକପ ଆଶା ଧୂଳିସାତ ହୋଇଛି ।

ଭାରତୀୟ ହକି ଦଳ ସମ୍ପୂର୍ଣ୍ଣ ମ୍ୟାଚରେ ଲଢୁଆ ଖେଳ ପ୍ରଦର୍ଶନ କରିବା ସତ୍ତେ୍ୱ ବିପକ୍ଷ ଦଳଠାରୁ କଡ଼ା ଟକ୍କରର ସମ୍ମୁଖୀନ ହୋଇଥିଲା । ଖେଳ ଆରମ୍ଭରୁ ମାତ୍ର ୧୨ ମିନିଟରେ ଭାରତୀୟ ଡ୍ରାଗ୍ ଫ୍ଲିକର୍ ଆକାଶଦୀପ ସିଂହ ଏକ ପେନାଲ୍ଟି କର୍ଣ୍ଣରରେ ଚମତ୍କାର ଗୋଲ୍ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ ।

ଭାରତର ଏହି ଖୁସି ବେଶି ସମୟ ତିଷ୍ଠି ରହି ପାରିନଥିଲା । ମାତ୍ର ୨ ମିନିଟ ପରେ ନେଦରଲାଣ୍ଡ ପକ୍ଷରୁ ୧୫ ମିନିଟରେ ଥେରି ବ୍ରିଙ୍କମାନ ଏକ ସୁନ୍ଦର ଗୋଲ ଦେଇ ମ୍ୟଚକୁ ୧-୧ ସମାନ ସ୍ତରକୁ ଆଣିଥିଲେ ।

ପ୍ରଥମାର୍ଦ୍ଧ ସୁଦ୍ଧା ଉଭୟ ଦଳ ୧-୧ ସ୍କୋରରେ ସମାନ ସ୍ତରରେ ରହିଥିଲେ । ତେବେ ୫୦ତମ ମିନିଟରେ ନେଦରଲାଣ୍ଡ ପକ୍ଷରୁ ମିଙ୍କ୍ ଭାନ୍ ଡ଼େର୍ ବିଜୟ ସୂଚକ ୨ୟ ଗୋଲ ସ୍କୋର କରିବା ଫଳରେ ଦଳ ୨-୧ରେ ଅଗ୍ରଣୀ ଲାଭ କରିଥିଲା ।

ଏହି ବିଜୟ ସହିତ ନେଦରଲାଣ୍ଡ ଦଳ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ।

Leave A Reply

Your email address will not be published.