Latest Odisha News

କାମାକ୍ଷାନଗର ମକୁଆକାଟେଣୀରେ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ କାମାକ୍ଷାନଗର ମକୁଆକାଟେଣୀରେ ଦୁର୍ଘଟଣା । ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଗୁରୁତର ଅଛନ୍ତି । ମୃତକ ହେଲେ କାମାକ୍ଷାନଗର ଥାନା ସାରୁଆଳି ଗ୍ରାମର ଗୁରୁଚରଣ ବିଶ୍ବାଳ । ସେହିପରି ଗୁରୁତର ହେଲେ କଇରାଟାଙ୍ଗର ଗ୍ରାମର ବିଚିତ୍ର ଦେହୁରୀ । ଉଭୟ ବିରାଶାଳରୁ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିବା ବେଳେ, ମକୁଆକାଟେଣିରେ ବିପରିତ ଦିଗରୁ ଆସୁଥିବା ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ୨ ଜଣଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଗୁରୁଚରଙ୍କର ମୃତ୍ୟୁ ହୋଇଥିଲା । କାମାକ୍ଷାନଗର ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.