Latest Odisha News

BREAKING NEWS

ଅର୍ଚ୍ଚନା-ଶ୍ରଦ୍ଧାଞ୍ଜଳିକୁ ମୁହାଁମୁହିଁ ଜେରା କରିବ ଇଡ଼ି !

ଭୁବନେଶ୍ୱର: ଇଡି ନୋଟିସ କରିଥିବା ୧୨ ଜଣଙ୍କ ମଧ୍ୟରୁ ଅଦ୍ୟାବଧି ତିନି ଜଣ ହାଜର ହୋଇ ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି। ଏବେ ଆଗକୁ କିଏ ଇଡି ଅଫିସରେ ଆସି ଜେରାର ସମ୍ମୁଖୀନ ହେବେ ସେ ନେଇ ପ୍ରଶ୍ନ ଉଠିଥିବା ବେଳେ ଏବେ ଏହି ଘଟଣାର ମୁଖ୍ୟ ଚରିତ୍ର କୁହାଯାଉଥିବା ଅର୍ଚ୍ଚନା ନାଗ ଏବଂ ଶ୍ରଦ୍ଧାଞ୍ଜଳିଙ୍କୁ ଏକାଠି ବସାଇ ଇଡି ଜେରା କରିବାକୁ ପ୍ରସ୍ତୁତି ହେଉଥିବା ସୂଚନା ମିିିଳିଛି।

କମିସନରେଟ ପୋଲିସ ଦ୍ବାରା ଗିରଫ ହୋଇଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ। ଇଡି ଅର୍ଚ୍ଚନାକୁ ଜେରା କରିବା ପାଇଁ କୋର୍ଟରେ ପ୍ରଡକ୍ସନ ପିଟିସନ ଦାଖଲ କରିଥିଲା। ଏହାକୁ ଏବେ ଗ୍ରହଣ କରିଛନ୍ତ କୋର୍ଟ। ଆସନ୍ତା ୩୦ ତାରିଖରେ ଭୁବନେଶ୍ୱର ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ ହାଜର ହେବେ । ଏହାପରେ ଉଭୟଙ୍କୁ ରିମାଣ୍ଡ ରେ ଆଣିବା ପାଇଁ ଆବେଦନ କରିବ ଇଡି।

ଇତି ମଧ୍ୟରେ ଇଡି ଖଗେଶ୍ୱର-ଅକ୍ଷୟ ଏବଂ ଶ୍ରଦ୍ଧାଞ୍ଜଳିଙ୍କୁ ଏକାଠି ବସାଇ ଜେରା କରିସାରିଛି। ସେହିପରି ଉଭୟଙ୍କୁ ଅଲଗା ଅଲଗା ମଧ୍ୟ ଜେରା କରିସାରିଛି। ଏବେ ଦୁଇ ସହଯୋଗୀ ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଜଳି ବେହେରାକୁ ଜେରା କରି ଘଟଣାର ମୂଳ ଖିଅ ଖୋଜିବାକୁ ଇଡି ପ୍ରୟାସ କରିବ ବୋଲି ସୂଚନା ରହିଛି।

ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ବେହେରା ଇଡି ଆଗରେ ଅନେକ ଗୁମର ଫିଟାଇଥିବା ସୂଚନା ରହିଛି। କିଭଳି ହାଇପ୍ରୋଫାଇଲ ଲୋକଙ୍କୁ ହନିଟ୍ରାପ୍ କରିବା ପାଇଁ ବ୍ୟବହାର କରୁଥିଲେ ଅର୍ଚ୍ଚନା ଏବଂ କିଭଳି ଡିଲ୍ ଫିକ୍ସିଂ ହେଉଥିଲା ସେ ସମ୍ପର୍କରେ ଶ୍ରଦ୍ଧାଞ୍ଜଳି ଖୁଲାସା କରିଥିବା ଜଣାପଡ଼ିଛି।

ଏମିତିକି ଶ୍ରଦ୍ଧାଞ୍ଜଳୀ ଅର୍ଚ୍ଚନାର ଫସାଇଥିବା କିଛି ବଡ ବଡ ନେତା ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ କହିଥିବା କୁହାଯାଉଛି। ଯେଉଁମାନଙ୍କ ଠାରୁ ଅର୍ଚ୍ଚନା ଟଙ୍କା ଆଦାୟ କରିଥିଲେ। ଏମିତିକି ପୀଡ଼ିତାଙ୍କ ଫଟୋ ଉତ୍ତୋଳନ କରିବା ଏବଂ ସେମାନଙ୍କୁ ଫସାଇବା ଏବଂ ଟଙ୍କା ଆଦାୟ କରିବା ପାଇଁ ଭିଡିଓ ଉତ୍ତୋଳନ କରିବା ପାଇଁ ଅର୍ଚ୍ଚନା ଗ୍ରହଣ କରିଥିବା ମୋଡସ୍ ଅପରେଣ୍ଡିକୁ ମଧ୍ୟ ସେ ସେୟାର କରିଥିଲେ। ଶ୍ରଦ୍ଧାଞ୍ଜଳୀଙ୍କ ବୟାନ ଆଧାରରେ ଇଡି ଅନେକ ଲୋକଙ୍କୁ ଡକାଇ ଜେରା କରି ଏହି ମାମଲାରେ ଅଧିକ ଖୋଳତାଡ଼ କରିବାର ସମ୍ଭାବନା ରହିଛି।

ଏବେ ଅର୍ଚ୍ଚନାର କାରବାର ବାବଦରେ ଅକ୍ଷୟ ପରିଜା, ଖଗେଶ୍ୱର ପାତ୍ର, ହୋଟେଲ ବ୍ୟବସାୟୀ ଅମୀୟକାନ୍ତ ଦାସ ଓ ବିଜେଡି ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲଙ୍କଠୁ ସୂଚନା ପାଇଛି। ଆଗକୁ ଆହୁରି ଜେରା ହେବେ। ଏହି ସମୟରେ ଅର୍ଚ୍ଚନାକୁ ଜେରା କରି ସତ୍ୟତା ଖୋଜିବାକୁ ଇଡି ପ୍ରୟାସ କରୁଛି।

ସବୁଠୁ ବଡ଼ କଥା ହେଲା ଶ୍ରଦ୍ଧାଞ୍ଜଳି ଜରିଆରେ ଅର୍ଚ୍ଚନା ନିଜ କାରବାର କରୁଥିଲା ବୋଲି ଖଣ୍ଡଗିରି ଥାନାରେ ଏତଲା ଦେଇଥିଲା। ଉଭୟ ଦୁଇ ସହଯୋଗୀ। ତେଣୁ ମୁହାଁମୁହିଁ ଜେରା କଲେ କିଏ ମିଛ କହୁଛି କିଏ ସତ କହୁଛି ସେ ନିର୍ଯାସରେ ପହଞ୍ଚିପାରିବ ଇଡି। ଆଉ ଏହି ମାମଲାରେ ହୋଇଥିବା ବଡ ଧରରଣ ଟଙ୍କା କାରବାରର ସତ ଜଣାପଡିବ ବୋଲି କୁହାଯାଉଛି।

Leave A Reply

Your email address will not be published.