Latest Odisha News

BREAKING NEWS

JEE ଆଡଭାନ୍ସ ପରୀକ୍ଷା, ଓଡ଼ିଶା ଟପ୍ପର ଗୌତମ ଦାସ

ଭୁବନେଶ୍ୱର : ଜେଇଇ ଆଡଭାନ୍ସ ପରୀକ୍ଷାରେ ଓଡ଼ିଶା ପୁଅ ଆଗରେ । ଶୁକ୍ରବାର ୨୦୨୧ ଜେଇଇ ଆଡଭାନ୍ସ ପରୀକ୍ଷାର ରେଜଲ୍ଟ ବାହାରିଛି । ଏଥିରେ ଓଡ଼ିଶା ଟପ୍ପର ହୋଇଛନ୍ତି ଗୌତମ ଦାସ । ଗୌତମ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ର । ଅଲ ଇଣ୍ଡିଆ ରାଙ୍କ ୧୫୦ ରେ ଗୌତମ ନିଜ ସ୍ଥାନ ବଜାୟ ରଖିଛନ୍ତି।

IIT ମୁମ୍ବାଇରେ କମ୍ପ୍ୟୁଟର ସାଇନ୍ସ ପଢ଼ିବାକୁ ଇଚ୍ଛା ରଖିଛନ୍ତି ଗୌତମ । ଅନ୍ୟପଟେ ଜେଇଇ ମେନ୍ ପରୀକ୍ଷାରେ ୯୯.୯୯୯ ଏନଟିଏ ସ୍କୋର କରିଥିଲେ ଗୌତମ। ସେ ଜାତୀୟ ପ୍ରବେଶ ପରୀକ୍ଷାରେ ଜେଇଇ ମେନ୍ ଷ୍ଟେଟ ରାଙ୍କ ୱାନରେ ଥିଲେ। ଏବଂ ସେ ନାଇଜର୍ ଓ ନ୍ୟାସନାଲ ଇଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଆଣ୍ଡ ରିସର୍ଚ ଏକ ସିଟ୍ ପାଇଥିଲେ । ଅନ୍ୟପଟେ ଗୌତମ ଦ୍ୱାଦଶ ଶ୍ରେଣୀ ସିବିଏସ୍ଇ ପରୀକ୍ଷାରେ ୯୮.୬ ପ୍ରତିଶିତ ମାର୍କ ରଖିଥିଲେ।

Leave A Reply

Your email address will not be published.