Latest Odisha News

BREAKING NEWS

ଥମୁନି ଧଳାଜହର କାରବାର: ଉତ୍ତର ପିପିଲି ନିକଟରୁ ୧କିଲୋ ୮୦ ଗ୍ରାମ୍ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢୁଛି ଧଳା ଜହର କାରବାର  । ଆଜି ଏସଟିଏଫ୍ ଟିମକୁ ବଡ ସଫଳତା ମିଳିଛି  । ଉତ୍ତର-ପିପିଲି ନିକଟରୁ ୧ କିଲୋ ୮୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି   । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୮ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି  । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରିଛି ଏସଟିଏଫ । ।

ଗତକାଲି ସନ୍ଧ୍ୟାରେ ଏସଟିଏଫ୍ ଟିମ୍ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ଉତ୍ତର-ପିପଲି ନିକଟରେ ଚଢଉ କରିଥିଲା।  ଫଳରେ ଘଟଣାସ୍ଥଳରୁ ୧କିଲୋ ୮୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ଦୁଇ ଡ୍ରଗ୍ ବେପାରୀଙ୍କୁ ଗିରଫ କରିଥିଲା  । ତେବେ ଏହି  ଦୁଇ ଅଭିଯୁକ୍ତ ପିପିଲିର ଲିପୁନ୍ ପାଣ୍ଡେ ଏବଂ ଖୋର୍ଦ୍ଧା ଜିଲ୍ଲା ସାରଦାପୁର ମସଜିଦ ଗଳିର ଏସ କେ ଅବ୍ବାଶ ବୋଲି ଜଣାପଡିଛି  । ଏମାନଙ୍କ ନିକଟରୁ  ଅନ୍ୟାନ୍ୟ ଅପରାଧୀକ ସାମଗ୍ରୀ ମଧ୍ୟ ଜବତ କରିଛି ଏସଟିଏଫ୍  ।  ଉଭୟଙ୍କୁ ଆଜି କୋର୍ଟଚାଲାଣ କରାଯିବ।୨୦୨୦ ମସିହାରୁ ଏବେ ପର୍ଯ୍ୟନ୍ତ ଏସଟିଏଫ୍ ଟିମ୍ ୭୨କିଲୋରୁ ଉର୍ଦ୍ଧ୍ବ  ବ୍ରାଉନସୁଗାର ଜବତ କରିଥିବା ସୂଚନା ମିଳିଛି  ।

Leave A Reply

Your email address will not be published.