Latest Odisha News

ଭାଷା ଭାଗବତ : ପଥ ଓ ପଥିକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ପଥରେ ଖାଲ, ଢିପ ଥାଏ
ପଥିକ ଜୋତା ପିଂଧି ଯାଏ
ଜୀବନ ଯାତ୍ରାରେ ନିଜତ୍ବ
ରକ୍ଷଣାବେକ୍ଷଣ ଉଚିତ

ଜନାକୀର୍ଣ ଓ ଯାନାକୀର୍ଣ
ପଥ ହେଲେ ହେଁ ଭିନ୍ନ ଭିନ୍ନ
ଚଉଡ଼ା ଅଥବା ସଂକୀର୍ଣ
ଲକ୍ଷ୍ୟ ହିଁ ହୁଏ ମୁଖ୍ୟ ଧ୍ୟାନ

ଥିଲେ ବି କାଦୁଅ ପଥର
ଲକ୍ଷ୍ୟ ଆଡ଼କୁ ଅଗ୍ରସର
ହେବା ହିଁ ପଥିକର କାମ
ମିଳେନି ପଥରେ ବିଶ୍ରାମ

ସତ୍‌ପଥ ବୋଲି କିଛି ନାହିଁ
ଯାତ୍ରୀର ଲକ୍ଷ୍ୟ ଅନୁଯାୟୀ
ଅନୁକୂଳ କି ପ୍ରତିକୂଳ
ତାହା ହିଁ ବିଚାର୍ଯ କେବଳ

ମନ, ପାଦରେ ଧରି ବଳ
ବ୍ୟକ୍ତି ହୁଏନି ଟଳମଳ
ସ୍ଥିର ମତି ଓ ଧୀର ଗତି
ଯୋଗୁଁ ହିଁ ହୁଏ ଲକ୍ଷ୍ୟ ପ୍ରାପ୍ତି

ଯାହାର ଥାଏ ଦୂରଦୃଷ୍ଟି
ତଦନୁସାରେ କରେ ସୃଷ୍ଟି
ଲୋଡ଼େନି ତତ୍କାଳ ସ୍ବୀକୃତି
ଏହା ହିଁ ଧୈର୍ଯ୍ୟର ପ୍ରକୃତି

ଅନ୍ୟର ଚାହିଦା ପୂରଣ
ଭାଷାରେ ଅଟେ ଅକାରଣ
ତେଣୁ ଆପଣା ମନୋବୃତ୍ତି
ପ୍ରକାଶ କରି ପାଉଁ ତୃପ୍ତି

ଏପରି ତୃପ୍ତିର ବିକଳ୍ପ
ଥିଲେ ବି ବେଶି କିଂବା ଅଳ୍ପ
ସେଆଡ଼େ ବଳାଇଲେ ମନ
ପଥିକ ହୁଏ ହଇରାଣ

ଲକ୍ଷ୍ୟ ସ୍ଥଳରେ ପହଂଚିଲେ
ଯେଉଁ ନିର୍ମଳ ସୁଖ ମିଳେ
ତାହାକୁ ପାଇବାର ପାଇଁ
ପଥିକ ଚାଲେ, ଯାଏ ଧାଇଁ

 

Comments are closed.