Latest Odisha News

ତ୍ୱଚାର ଚମକ ବୃଦ୍ଧି କରିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ…

ଗୋରା ଓ କୋମଳ ତ୍ୱଚା ସମସ୍ତଙ୍କୁ ପସନ୍ଦ। ମାତ୍ର ଶୀତଦିନେ ତ୍ୱଚାର ଚମକ ଓ ଗୋରାପଣ ହ୍ରାସ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ନୂଆ ଉପାୟ ଆପଣେଇବା । କ୍ଷୀରର ବ୍ୟବହାର କରିବା ବେଶ ଲାଭଦାୟକ। କ୍ଷୀରର ବ୍ୟବହାର ବିଷୟରେ ତ ସଭିଁଙ୍କୁ ଜଣା ।ତେବେ ଏହି କ୍ଷୀରର ବ୍ୟବହାର କରି ଆମେ ପାଇପାରିବା ସୁନ୍ଦର ତ୍ୱଚା  । ତେବେ ଆସନ୍ତୁ ଜାଣିବା କିପରି କରିବା ପ୍ରସ୍ତୁତ…

– ବେସନରେ କ୍ଷୀର, ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ। ପରେ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ବ୍ୟବହାର କଲେ ନିଜେ ଏହାର ଚମତ୍କାରିତା ଅନୁଭବ କରି ପାରିବେ।
– ଏକ ଅଣ୍ଡା, ୨ ଚାମଚ ସୋୟାବିନ ଗୁଣ୍ଡ, ୨ ଚାମଚ ମହୁ , ୧ ଚାମଚ କ୍ଷୀର ସରକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ଶୀତ ଦିନେ ଏହା ମୁହଁ ପାଇଁ ବେଶ୍‌ ଲାଭଦାୟକ  ।

– କଦଳୀକୁ ଚକଟି ଏଥିରେ କ୍ଷୀର ମିଶାନ୍ତୁ। ଏହି ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ। ଯେଉଁ ସମୟରେ ଏହା ଭଲ ଭାବେ ଶୁଖିଯିବ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ରୁ ୩ଥର ଏହାକୁ ବ୍ୟବହାର କଲେ ମୁହଁ କୋମଳ ଓ ଗୋରା ହୋଇଥାଏ।

Leave A Reply

Your email address will not be published.