Latest Odisha News

BREAKING NEWS

କବିତା : ଧାନ

ଦେବବ୍ରତ କର

ଦଦରା ମାଟି ଚିଆରୀ କାନ୍ଥ
ବୁଢ଼ା ବାଉଁଶର ହାଡ଼, କଣିର ଗଣ୍ଠିଆ ଆଙ୍ଗୁଳି,
ପତଳା ଖପରା ପରି
ମାଟିଚୋପା ଖସିଯାଏ
ପରସ୍ତ, ପରସ୍ତ….।

ଅସଂଖ୍ୟ ମୂଷାଗାତ ମାଟିରେ ସୁଡ଼ଙ୍ଗ,
ଅପହଞ୍ଚ ଅନ୍ଧାରରେ ଧୂସର ସମାଧି
ଦୀନତାର କଳାକୃତି, ମାଟିର କୋଣାର୍କ ।

ଏଠି ମଞ୍ଜ ବାଉଁଶ, ନିଦାଶାଳପଟା
ମୁଗୁଣିପଥର ପରି ମସୃଣ, ଲୁହା ପରି କଳା
ଝୋଟ ଅଖା, କଞ୍ଚାଧାନ
ସ୍ତରସ୍ତର, ସ୍ବର୍ଣ୍ଣଅଟ୍ଟାଳିକା…
ଲୁହରୁଧିରର
ହାତର, ହତାର
ବିଲର, ହିଡ଼ର
ଶସ୍ୟର, ସବୁଜିମାର,
ଖରାର, ଖେଦର,
ଦା’ , ଦାରିଦ୍ର୍ୟର
ଜୀବନର, ଜଞ୍ଜାଳର,
ଭୋକର, ଭାବର,
ଆତଙ୍କର, ଆଶଙ୍କାର
ସଭ୍ୟତାର
ତୁଙ୍ଗଶୃଙ୍ଗର, ଅତଳ ଅନ୍ଧାରର,
ମଣିମୁକୁଟର,ତୂରୀର, ଭେରୀର
ଖଣ୍ଡାର, ଖୋଳର,
ସଙ୍କଟର, ଶୋଷର,
ଦରବାରର, ମଠର,
ବିଳାସର, ହଂସର,
ଏଗାର ସହସ୍ର ବର୍ଷର,
ସବୁ ସତମିଛର…..।

Leave A Reply

Your email address will not be published.