Latest Odisha News

BREAKING NEWS

ଓଡିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୧୫

ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ।

ଏନେଇ ଟ୍ୱିଟ୍ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍ ଅନୁଯାୟୀ ଗଞ୍ଜାମର ଜଣେ ୪୬ ବର୍ଷ ବୟସ୍କ କରୋନା ଆକ୍ରାନ୍ତ ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି।

ସେହିପରି ଚିକିତ୍ସାଧୀନ ଅବସ୍ଥାରେ ମୟୁରଭଞ୍ଜର ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ବିଭାଗର କହିବାନୁଯାୟୀ ସେ କ୍ୟାନସର ରୋଗରେ ପିଡିତ ଥିବାବେଳେ ତତ୍ ସମ୍ବନ୍ଧୀୟ କାରଣ ଯୋଗୁଁ ତାଙ୍କର ଦେହାନ୍ତ ଘଟିଛି ।

ଉଲ୍ଲେଖଯୋଗ୍ୟ, କରୋନା ହଟସ୍ପଟ୍ ବୋଲାଉଥିବା ଗଞ୍ଜାମରେ ପୂର୍ବରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରିଜଣ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.