Latest Odisha News

BREAKING NEWS

କୋରାପୁଟ ମାଛକୁଣ୍ଡରୁ ବିପୁଳ ଗଞ୍ଜେଇ ଜବତ, ମାଫିଆ ଫେରାର

ଲମତାପୁଟ: ରାଜ୍ୟରେ ବୃଦ୍ଧି ପାଉଥିବା ବେଆଇନ ଗଞ୍ଜେଇ କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ କୋରାପୁଟ ମାଛକୁଣ୍ଡ ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇ  ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ସକାଳେ ଏକ କାରଟି ଗଞ୍ଜେଇ ନେଇ ବଦଲିଗୁଡା ଜଙ୍ଗଲକୁ ଯାଉଥିବା ବେଳେ ପୋଲିସ ତାର ପିଛା କରିଥିଲା ।  ଶେଷରେ ଗାଡିଟିକୁ ଅଟକାଇ ଖାନତଲାସି କରିବା ପରେ ବେଆଇନ ଗଞ୍ଜେଇ କାରବାର ହେଉଥିବା ଜଣାପଡ଼ିଛି।

ପୋଲିସ କାରଟିରୁ ୫ଟି ବସ୍ତାରୁ ପ୍ରାୟ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ।  ଜବତ ଗଞ୍ଜଇର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।  କାରରେ ଥିବା ଗଞ୍ଜେଇ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏହି ଗଞ୍ଜେଇ ବୋଝେଇ କାରଟି ଝାଡଖଣ୍ଡ ଯାଉଥିବା ସୂଚନା ମିଳିଛି । ପୋଲିସ ଘଟଣାରେ ରାଜ୍ୟରେ କାହାର ଲିଙ୍କ ରହିଛି ଏବଂ କାର କାହା ମାର୍ଫତରେ ଯାଉଥିଲା ତାର ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.