Latest Odisha News

BREAKING NEWS

୫ କିଙ୍ଗ୍ କୋବ୍ରାକୁ ଚୁମ୍ବନ କଲେ ଯୁବକ,ଲୋକେ ଆଶ୍ଚର୍ଯ୍ୟ

ସାପ ଏପରି ଏକ ପ୍ରାଣୀ, ଯାହାକୁ ଦୂରରୁ ଦେଖିଲେ ମଧ୍ୟ ସମସ୍ତେ ଭୟଭୀତ ହୋଇପଡ଼ନ୍ତି । କେବଳ ମଣିଷ ନୁହଁନ୍ତି, ଅନେକ ପଶୁ ମଧ୍ୟ ଦେଖିବା ପରେ ସେମାନଙ୍କ ପଥ ପରିବର୍ତ୍ତନ କରି ନିଅନ୍ତି । କାରଣ ସାପ କାମୁଡ଼ିବା ଦ୍ୱାରା ମୃତ୍ୟୁ ହୋଇପାରେ । ସେଥିପାଇଁ ସମସ୍ତେ ସେମାନଙ୍କଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ତଥାପି, ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ସାପ ଧରିବା କିମ୍ବା ସେମାନଙ୍କ ସହିତ ଖେଳିବାକୁ ପସନ୍ଦ କରନ୍ତି । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିବ ।

BjdElectrycity

ଏହି ଭିଡିଓରେ ଜଣେ ବ୍ୟକ୍ତି ଅତ୍ୟନ୍ତ ବିପଜ୍ଜନକ କିଙ୍ଗ୍ କୋବ୍ରା ସାପ ସହିତ ଖେଳୁଥିବା ନଜର ଆସିଛନ୍ତି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ବ୍ୟକ୍ତି ଜଣକ ଥରକେ ୫ କିଙ୍ଗ୍ କୋବ୍ରା ସହିତ ଖେଳୁଥିବା ଦେଖିବାକୁ ମିଳିଛି । ଭିଡିଓ ଦେଖିବା ପରେ, ଆପଣ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ହୋଇଯିବେ । ଭାବିବେ କିଙ୍ଗ୍ କୋବ୍ରା ତାଙ୍କୁ ଛାଡିବ ନାହିଁ । କିନ୍ତୁ ଭିଡିଓରେ କିଛି ଅଲଗା ଦେଖାଯାଉଛି । ସେ ଦୁଇଟି ସାପକୁ ଦୁଇ ହାତରେ ଧରିଥିବା ବେଳେ ଆଉ ତିନୋଟି ସାପ ଆଗରେ ଫଣା ଟେକି ରହିଛନ୍ତି । ଏହି ସମୟରେ ଗୋଟିଏ ପରେ ଗୋଟିଏ କରି ୫ଟି ଯାକ ସାପକୁ ଚୁମ୍ବନ କରୁଥିବା ନଜର ଆସିଛନ୍ତି ।

ଲୋକମାନେ ଏହି ଭିଡିଓକୁ ଦେଖିବା ପରେ ବହୁତ ପସନ୍ଦ କରିଛନ୍ତି । କିନ୍‌ୁ କିଙ୍ଗ୍ କୋବ୍ରା ପରି ବିପଜ୍ଜନକ ସାପ ସହିତ ଏପରି କରିବା ଠିକ୍ ନୁହେଁ । ବ୍ୟକ୍ତି ଜଣକ ଏହି ସାପଗୁଡ଼ିକଠୁ ଦୂରେଇ ରହିବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.