Latest Odisha News

BREAKING NEWS

ଟିଏମସି ନେତାଙ୍କୁ ହତ୍ୟା ପରେ ଗାଁରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୧୦ ଜୀବନ୍ତଦଗ୍ଧ

କୋଲକାତା: ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା। ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କୁ ହତ୍ୟା ପରେ ଗତକାଲି ରାତିରେ ବୀରଭୂମର ରାମପୁରହାଟର ବୋଗତୁଇ ଗାଁରେ କିଛି ଲୋକ ନିଆଁ ଲଗାଇ ଦେଇଥିଲେ। ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୩୮ ଜଣ ଆହତ ହୋଇଥିବା କୁହାଯାଉଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ। ଏହି ଅଗ୍ନିକାଣ୍ଡରେ ଚାଳିଶ ଘରେ ନିଆଁ ଲାଗିଯାଇଥିଲା, ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ରାମପୁରହାଟ ସହରର ସୀମାନ୍ତରେ ଥିବା ବୋଗତୁଇ ଗାଁରୁ ଏ ପର୍ଯ୍ୟନ୍ତ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି । ଏହି ଗାଁର ପଞ୍ଚାୟତର ଟିଏମସିର ପ୍ରମୁଖ ନେତା ଭଦୁ ଶେଖଙ୍କ ମୃତଦେହ ସୋମବାର ବାରଶଲ ଗାଁରୁ ଉଦ୍ଧାର ହୋଇଥିଲା।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ମନ୍ତ୍ରୀ ଫରହାଦ୍ ହାକିମଙ୍କ ନେତୃତ୍ୱରେ ତିନିଜଣିଆ ପ୍ରତିନିଧି ଦଳ ରାମପୁରହାଟ ହତ୍ୟାକାଣ୍ଡ ବିଷୟରେ ଜାଣିବାକୁ ଘଟଣାସ୍ଥଳକୁ ଯାଇଛନ୍ତି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶରେ ସିଆଇଡି ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ସେହିପରି ଘଟଣାର ତଦନ୍ତ ପାଇଁ ଏକ ତିନି ଜଣିଆ ଏସଆଇଟି ଟିମ୍ ଗଠନ କରାଯାଇଛି।

ବୀରଭୂମର ରାମପୁରହାଟ ପୋଲିସ ଷ୍ଟେସନ ଅଞ୍ଚଳର ବଗଟୁଇ ଗ୍ରାମରେ ଘଟିଥିବା ଏହି ଘଟଣାରେ ବିରୋଧୀ ଦଳ ବିଜେପି ବିଧାନସଭାରେ ଉଠାଇଛି । ରାଜ୍ୟରେ ହିଂସା ଚରମ ସୀମାରେ ପହଞ୍ଚିଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଏଭଳି ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୃହରେ ଜବାବ ରଖନ୍ତୁ ବୋଲି ବିଜେପି ଦାବି କରିଛି।ଏଥିସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବିଜେପି ନାରା ଦେଇ ଗୃହକୁ ଅଚଳ କରିଛି ।

Leave A Reply

Your email address will not be published.