Latest Odisha News

ସମ୍ବଲପୁରରେ ୧୦ ଦିନିଆ ସଟଡାଉନ୍ ଘୋଷଣା

ସମ୍ବଲପୁର: ଆସନ୍ତାକାଲି ଠାରୁ ସମ୍ବଲପୁର ଜିଲ୍ଲାକୁ ପ୍ରଶାସନ ପକ୍ଷରୁ ୧୦ ଦିନିଆ ସଟଡାଉନ୍ ଘୋଷଣା କରାଯାଇଛି ।

ଏନେଇ ଜିଲ୍ଲାପାଳ ଶୁଭମ୍ ସକ୍ସେନା ସୂଚନା ଦେଇ କହିଛନ୍ତି ଯେ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୨ ତାରିଖ ଠାରୁ ଜୁଲାଇ ୩୧ ଯାଏଁ ଦୁଇଟି ପର୍ଯ୍ୟାୟରେ ଏହି ସଟଡାଉନ୍ ଲାଗୁ ହେବ ।

ଆହୁରି ମଧ୍ୟ ସଟଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଇ ଜିଲ୍ଲାର ସମସ୍ତ ଘରୋଇ ଓ ସରକାରୀ କାର୍ଯ୍ୟାଳୟ ସମେତ ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରହିବ ।

ପ୍ରଥମ ପର୍ଯ୍ୟାୟ ସଟଡାଉନ୍ ଜୁଲାଇ ୨୨ରୁ ୨୫ ତାରିଖ ଯାଏଁ ଜାରି ରହୁଥିବା ବେଳେ ପରବର୍ତ୍ତୀ ଦିତ୍ୱୀୟ ପର୍ଯ୍ୟାୟ ସଟଡାଉନ୍ ସମୟରେ କଟକଣା ସାମାନ୍ୟ କେହାଳ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ତେବେ ଏହି ସଟଡାଉନ୍ ବେଳେ ପେଟ୍ରୋଲ୍ ପମ୍ପ, ହସ୍ପିଟାଲ, କ୍ଲିନିକ୍‌, ମେଡିସିନ୍ ଷ୍ଟୋର୍ ଓ କ୍ଷୀର ଦେକାନ ଖୋଲା ରହିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.