Latest Odisha News

BREAKING NEWS

କରୋନା ପରୀକ୍ଷା ଓ ପରିଚାଳନାକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିଚାଲିଥିବା ବେଳେ ସରକାରଙ୍କ କୋଭିଡ୍ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କଂଗ୍ରେସ କହିଛି, ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାରେ ସମ୍ପୂର୍ଣ୍ଣ ତ୍ରୁଟି ରହିଛି । ଚିକିତ୍ସା ବଦଳରେ ସରକାର କେବଳ ସଚେତନ ଓ କିଟ୍ କିଣାରେ ବ୍ୟସ୍ତ ରହିଲେ । ପ୍ରବାସୀ ଆସିବା ସମୟରେ ଯଦି ସଠିକ୍ ପରୀକ୍ଷା କରାଯାଇଥାନ୍ତା ତେବେ ଆଜି ଏଭଳି ସ୍ଥିତି ଉପୁଜିନଥାନ୍ତା । ସୁସ୍ଥ ସଂଖ୍ୟା ଅଧିକ ଦେଖାଇବା ପାଇଁ ସରକାର ଯେଉଁମାନଙ୍କର ପଜିଟିଭ୍ ନଥାଉଛି ସେମାନଙ୍କୁ ନେଇ ଛାଡିଦେଉଛି ।

ବିଜେପି ଅଭିଯୋଗ କରିଛି ଯେ, ରାଜ୍ୟ ସରକାର ବେଡ୍‌ର ଅଧିକ ବ୍ୟବସ୍ଥା କରିନଥିବାରୁ ଖାମଖିଆଲି ଭାବେ ନେଗେଟିଭ୍ ଦେଖାଉଛନ୍ତି । ଦାବି ମୁତାବକ ପ୍ରତି ସବଡିଭିଜନରେ ଏଯାଏ ହଜାରେ ଶଯ୍ୟାର ହସ୍ପିଟାଲ କରାଗଲାନି । ସରକାର ବେସରକାରୀ ଡାକ୍ତର ନିୟୋଜିତ ନକରି ବାହାର ଜିଲ୍ଲାରୁ କାହିଁକି ଗଂଜାମକୁ ଡାକ୍ତର ପଠାଉଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି ।

ସେପଟେ କଂଗ୍ରେସ ଓ ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି କହିଛି ଯେ, ବିରୋଧୀଙ୍କ ଅଭିଯୋଗ ଆବାସ୍ତବ । କେଉଁଠି ଯଦି ଟାଇପିକାଲ ଭୁଲ୍ ଥିବ । କିନ୍ତୁ ଟେଷ୍ଟ ଠିକ୍ ହେଉଛି । ଗାଇଡଲାଇନ ଅନୁସାରେ ଟେଷ୍ଟ ହେଉଛି । ପରିଚାଳନାରେ ତ୍ରୁଟି ନାହିଁ ।

Leave A Reply

Your email address will not be published.