Latest Odisha News

ସୁଶାନ୍ତ ସିଂହ ରାଜପୁତଙ୍କୁ ମ୍ୟୁଜିକାଲ୍ ଟ୍ରିବ୍ୟୁଟ୍ ଦେବେ ଏଆର ରେହମାନ

ମୁମ୍ବାଇ: ଆସନ୍ତା ଜୁଲାଇ ୨୨ ତାରିଖରେ ଓସ୍କାର ବିଜେତା ଏଆର ରେହମାନଙ୍କ ସମେତ ବହୁ ବଡବଡ କଳାକାର ସ୍ୱର୍ଗତଃ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ମ୍ୟୁଜିକାଲ୍ ଟ୍ରିବ୍ୟୁଟ୍ ଦେବେ ।

ଏନେଇ ଡିଜନୀ-ହଟଷ୍ଟାର ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ସୁଶାନ୍ତଙ୍କୁ ମ୍ୟୁଜିକାଲ୍ ଟ୍ରିବ୍ୟୁଟ୍ ଦେବା ପାଇଁ ଡିଜନୀ-ହଟଷ୍ଟାର ଓ ସୋଦୀ ମ୍ୟୁଜିକ ଇଣ୍‌ଡିଆ ମିଳିତ ଭାବେ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଏଆର ରେହମାନଙ୍କ ସମେତ ଶ୍ରେୟା ଘୋଷାଲ୍‌, ଅରିଜିତ ସିଂହ, ମୋହିତ ଚୌହାନ, ସୁନିଧି ଚୌହାନ, ଶାଶା ତିରୁପତି, ଜୋନିଟା ଓ ହୃଦୟ ଗଟାନୀ ପ୍ରମୁଖ ସାମିଲ ରହିବେ ।

ଏହା ପୂର୍ବରୁ ଗାୟିକା ନେହା କକ୍କଡ ମଧ୍ୟ ସୁଶାନ୍ତଙ୍କ ଫିଲ୍ମ ‘କେଦାର ନାଥ‘ର ଏକ ଗୀତ ଗାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତ୍ୟୁକୁ ଆଜି ବି ଫ୍ୟାନ୍ସମାନେ ବିଶ୍ୱାସ କରିପାରୁ ନାହାଁନ୍ତି ।

Leave A Reply

Your email address will not be published.