Latest Odisha News

BREAKING NEWS

ଟ୍ରମ୍ପଙ୍କ ଶପଥ ଗ୍ରହଣର ୧୦ ଘଣ୍ଟା ପୂର୍ବରୁ ରେକର୍ଡ କଲା ବିଟକଏନ୍

ୱାଶିଂଟନ : ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣର ପ୍ରାୟ ୧୦ ଘଣ୍ଟା ପୂର୍ବରୁ, କ୍ରିପ୍ଟୋକରେନ୍ସି ବଜାରରେ ଅହେତୁକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଦୁନିଆର ସବୁଠୁ ବଡ କ୍ରିପ୍ଟୋକରେନ୍ସି ବିଟକଏନ୍ ନୂଆ ରେକର୍ଡ ସୃଷ୍ଟି କରିଛି । ଏହି ବିଟକଏନ୍ ମୂଲ୍ୟ ୧୭ ଡିସେମ୍ବରରେ ବୃଦ୍ଧି ପାଇଥିଲା। ବର୍ତ୍ତମାନ ବିଟକଏନ୍ ମୂଲ୍ୟରେ ପ୍ରାୟ ୬ ପ୍ରତିଶତ ବୃଦ୍ଧି ଘଟିଛି। ପାଖାପାଖି ୧.୧୦ ଲକ୍ଷ ଡଲାରରେ ପହଞ୍ଚିଛି ବିଟକଏନ ମୂଲ୍ୟ। କିଛି ଦିନ ପୂର୍ବରୁ ବିଟକଏନ୍ ମୂଲ୍ୟ ୯୦ ହଜାର ଡଲାରରୁ କମ୍ ଥିଲା। ଟ୍ରମ୍ପଙ୍କ ଶପଥ ଗ୍ରହଣ ସମୟରେ କ୍ରିପ୍ଟୋକରେନ୍ସିର ଅଭିବୃଦ୍ଧି ଆଶା କରାଯାଉଥିଲା। ଠିକ ଏହି ସମୟରେ ବିଟକଏନର ମୂଲ୍ୟ ବୃଦ୍ଧି ହୋଇଛି। ଅନ୍ୟପକ୍ଷରେ, ଟ୍ରମ୍ପଙ୍କ ମେମ୍ ମୁଦ୍ରା ପରେ ମେଲାନିଆର ମେମ୍ ମୁଦ୍ରା ମଧ୍ୟ ଲଞ୍ଚ କରାଯାଇଛି।

ବିଶ୍ବର ସର୍ବବୃହତ କ୍ରିପ୍ଟୋକରେନ୍ସି ବିଟକଏନ୍ ମୂଲ୍ୟ ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ସୂତ୍ର ଅନୁଯାୟୀ, ବିଟକଏନ୍ ମୂଲ୍ୟ ଦିନ ୧୨.୩୦ ରେ ୧୦୯୧୧୪.୮୮ ଡଲାରରେ ପହଞ୍ଚି ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଟ୍ରମ୍ପଙ୍କ ଶପଥ ନେବାର ପ୍ରାୟ ୧୦ ଘଣ୍ଟା ପୂର୍ବରୁ ବିଟକଏନ୍ ମୂଲ୍ୟରେ ଏହି ପରିବର୍ତ୍ତନ ଦେଖା ଦେଇଥିଲା। ଗତ ଡିସେମ୍ବର ୧୭ ରେ ବିଟକଏନର ମୂଲ୍ୟ ୧.୦୮ ଡଲାରରେ ପହଞ୍ଚିଥିଲା। ଅପରାହ୍ନ ୧.୧୦ ରେ, ବିଟକଏନ୍ ମୂଲ୍ୟରେ ପ୍ରାୟ ୫ ପ୍ରତିଶତ ବୃଦ୍ଧି ହୋଇଥିଲା । ପ୍ରାୟ ଏକ ସପ୍ତାହ ମଧ୍ୟରେ, ବିଟକଏନ୍ ମୂଲ୍ୟରେ ୧୫ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି ।

ବିଟକଏନ୍ ମୂଲ୍ୟରେ ବୃଦ୍ଧି ହେବାର ମୁଖ୍ୟ କାରଣ, ଟ୍ରମ୍ପଙ୍କ ଶପଥ ବୋଲି ଜାଣିବାକୁ ମିଳିଛି। ଟ୍ରମ୍ପ କ୍ରିପ୍ଟୋକରେନ୍ସିର ସମର୍ଥକ। ସେ ତାଙ୍କ ନିର୍ବାଚନ ପ୍ରଚାରରେ କ୍ରିପ୍ଟୋକରେନ୍ସି ନିବେଶକମାନଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ। ସେ ଜିତିଲେ ଆମେରିକାକୁ ବିଶ୍ୱର କ୍ରିପ୍ଟୋ ରାଜଧାନୀ କରିବେ ବୋଲି କହିଥିଲେ। ଏଥିପାଇଁ କ୍ରିପ୍ଟୋକରେନ୍ସି ବଜାରରେ ବୃଦ୍ଧି ପାଇଥିବା ଆଶା କରାଯାଉଛି।

Comments are closed.