ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍ ନିଜର ୟୁଜରଙ୍କ ପାଇଁ ଆଣିଛି ନୂଆ ଫିଚର’ମ୍ୟୁଜିକ୍ ଅଫ୍ ଷ୍ଟାଟସ୍’ ଅପଡେଟ୍ । ନାଁରୁ ହିଁ ଜଣା ପଡୁଛି ଫିଚର ଟି କଣ ହୋଇଥିବ । ପୂର୍ବରୁ ୟୁଜର କୌଣସି ଷ୍ଟାଟସ ଲଗାଉଥିବା ସମୟରେ ମ୍ୟୁଜିକ୍ ଆଟାଚ୍ କରିବା ପାଇଁ କୌଣସି ବିକଳ୍ପ ନଥିଲା । କିନ୍ତୁ ଅପଡେଟ୍ ହେବା ପରେ ଏକ ଅପସନ ଦିଆଯିବ । ମାନେ ଏହି ଫିଚର ଇନଷ୍ଟାଗ୍ରାମରେ ଷ୍ଟୋରୀ ଲଗାଇବା ପରି ଅନୁଭୂତି ଦେବ ।
https://x.com/WABetaInfo/status/1881130793512358236
ରିପୋର୍ଟ ଅନୁସାରେ, ଏହି ଅପଡେଟ୍ର ରୋଲଆଉଟ୍ ଆରମ୍ଭ ହୋଇଥିବା ବେଳେ ଏହାର ବ୍ୟବହାର କିଛି ନିର୍ଦ୍ଦିଷ୍ଟ ବିଟା ୟୁଜରଙ୍କ ପାଇଁ ରହିଛି । ଆଉ କିଛି ଦିନ ମଧ୍ୟରେ ହ୍ବାଟ୍ଆପର ସମସ୍ତ ଆଣ୍ଡ୍ରଏଡ୍ ୟୁଜରଙ୍କ ଲାଗି ଏହି ଫିଚର ଆସିଯିବ ।
କୁହାଯାଉଛି ଯେ ମ୍ୟୁଜିକ୍ ଯୋଡିବା ପରେ ଫଟୋ ପନ୍ଦର ସେକେଣ୍ଡ ଭିଡିଓରେ ରୂପାନ୍ତରିତ ହୋଇଯିବ ।
ହ୍ବାଟ୍ସଆପ୍ର ନୂଆ ଫିଚର ସମ୍ପର୍କରେ ସୂଚନା ଦେଉଥିବା ୱେବସାଇଟ୍ WabetaInfoର ଏକ ଲାଟେଷ୍ଟ ରିପୋର୍ଟ ଆସିଛି। ହ୍ବାଟ୍ସଆପ୍ର ମ୍ୟୁଜିକ ଷ୍ଟାଟସ୍ ଫିଚର Android 2.25.2.5 ସହିତ ବିଟା ଭର୍ସନରେ ଦେଖିବାକୁ ମିଳିଛି ।
Comments are closed.