Latest Odisha News

BREAKING NEWS

ନ୍ୟୁୟର୍କ ବଫେଲୋ ମାର୍କେଟରେ ଗୁଳିମାଡ, ୧୦ ମୃତ

ନ୍ୟୁୟର୍କ: ନ୍ୟୁୟର୍କର ବଫେଲୋ ମାର୍କେଟରେ ବଡ ଧରଣର ଗୁଳିକାଣ୍ଡ ଘଟିଛି । ଏଥିରେ ୧୦ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ସବୁଠାରୁ ବଡ କଥା ଅଧିକାଂଶ ଅଶ୍ୱେତ ଲୋକଙ୍କ ଉପରେ ଏହି ଆକ୍ରମଣ କରାଯାଇଛି । ଆକ୍ରମଣ ପରେ ଆତତାୟୀକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ତେବେ ସେ ଏହିଭଳି କାଣ୍ଡ କାହିଁକି ଘଟାଇଲା ତାର ତଦନ୍ତ କରାଯାଉଛି । ୧୮ ବର୍ଷୀୟ ପେଟେନ ଏସ ଗେଣ୍ଡ୍ରୋନ ମିଲିଟ୍ରି ଷ୍ଟାଇଲ ଗିୟର୍ସ ସହ ସୁପରମାର୍କେଟରେ ପ୍ରବେଶ କରିଥିଲା ।

ବୁଲେଟପ୍ରୁଫ ଜ୍ୟାକେଟ ପିନ୍ଧିଥିବା ଏହି ଶ୍ୱେତକାୟ ଯୁବକ ପୋଲିସ ନିକଟରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଆତ୍ମ ସମର୍ପଣ କରିଥିଲା । ସିକ୍ୟୁରିଟି ଗାର୍ଡ ତାଙ୍କ ଉପରେ ଆକ୍ରମଣ କରିଥିଲେ ମଧ୍ୟ ବିଶେଷ କ୍ଷତି ହୋଇ ନ ଥିଲା । ଏହା ପରେ ସେ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ଗୁଳି କରିଥିଲା । ଏଫବିଆଇକୁ ଏହି ଘଟଣାର ତଦନ୍ତ ଭାର ପ୍ରଦାନ କରାଯାଇଛି । ଗୁଳି ମାଡ ପରେ ଲୋକମାନେ ଜୀବନ ବିକଳରେ ଦୌଡ ଧାପଡ କରିଥିଲେ । ଆତତାୟୀଜଣକ ଟାର୍ଗେଟ କରି ଗୁଳି କରୁଥିଲା । ଅସ୍ଥିରତା ସୃଷ୍ଟି ପାଇଁ ଏହି ଉଦ୍ୟମ କରାଯାଉଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.