Latest Odisha News

BREAKING NEWS

ଚେନ୍ନାଇ ସିଇଓ ହେବେ ଧୋନୀ !

ମାଡ୍ରାସ: ଆଇପିଏଲ ୧୫ତମ ସଂସ୍କରଣର ପ୍ଲେ ଅଫକୁ ଉନ୍ନୀତ ହେବାରେ ଏଥର ଚେନ୍ନାଇ ସୁପର କିଙ୍ଗସ ବିଫଳ ହୋଇଛି । ମହେନ୍ଦ୍ର ସିଂ ଧୋନୀଙ୍କ ପରବର୍ତୀ ପଦକ୍ଷେପ ନେଇ ସମସ୍ତ ଚର୍ଚ୍ଚା ଜୋର ଧରିଛି । ଅଧିନାୟକ ପଦରୁ ଓହରିବା ପରେ ଆଗାମୀ ସଂସ୍କରଣରେ ସେ ଚେନ୍ନାଇର ସିଇଓ କିମ୍ବା ମ୍ୟାନେଜମେଂଟର କୌଣସି ବଡ ଦାୟିତ୍ୱ ତୁଲାଇ ପାରନ୍ତି । ଚେନ୍ନାଇ ଟିମ ମ୍ୟାନେଜମେଂଟ ଧୋନୀ ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ନିଷ୍ପତି ନେବା ପାଇଁ ଖୋଲା ଛାଡି ଦେଇଛନ୍ତି । ମୋଇନ ଅଲୀଙ୍କୁ ଦଳର ଅଧିନାୟକ କରିବା ନେଇ ଆଲୋଚନା ଚାଲିଥିବା ବେଳେ ରିତୁରାଜ ଗାଏକ୍ୱାଡଙ୍କୁ ଉପ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇପାରେ ।

ମୋଇନ ୪୨ ମ୍ୟାଚରେ ୨୨ ୱିକେଟ ନେବା ସହ ବ୍ୟାଟିଂରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ଗାଏକ୍ୱାଡଙ୍କ ପାଖରେ ଅଭିଜ୍ଞତା କମ ଥିବାରୁ ସେ ମୋଇନଙ୍କ ଅଧୀନରେ ବହୁତ କିଛି ଶିକ୍ଷା ଲାଭ କରିପାରିବେ ବୋଲି ଆଶା କରାଯାଉଛି । ଗାଏକ୍ୱାଡ ୩୪ ମ୍ୟାଚରେ ୧୧୫୨ ରନ କରିଛନ୍ତି । ରବୀନ୍ଦ୍ର ଜାଡେଜାଙ୍କୁ ଅଧିନାୟକ କରାଯିବା ପରେ ଆଇିପିଏଲ ଇତିହାସରେ ଚେନ୍ନାଇ ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଏଥିନେଇ ଦଳରେ ମତଭେଦ ମଧ୍ୟ ସୃଷ୍ଟି ହୋଇଛି ।

Leave A Reply

Your email address will not be published.