Latest Odisha News

BREAKING NEWS

ଖିଲାଡି କୁମାରଙ୍କୁ ଦ୍ୱିତୀୟ ଥର ପାଇଁ କରୋନା

ମୁମ୍ବାଇ: ବଲିଉଡର ଖିଲାଡୀ ହୀରୋ ଭାବେ ପରଚିତ ଅକ୍ଷୟ କୁମାର ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି । ଏଥିଯୋଗୁ ସେ ଏବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇପାରିବେ ନାହିଁ । ଏଥର ଭାରତକୁ କଂଟ୍ରି ଅଫ ଅନର ରୂପେ ଏହି ଫେଷ୍ଟିଭାଲରେ ସାମିଲ କରାଯାଇଛି । ପୂର୍ବରୁ କରୋନାର ଦ୍ୱିତୀୟ ଲହରୀ ବେଳେ ଅକ୍ଷୟ ସଂକ୍ରମିତ ହୋଇଥିଲେ । ଫିଲ୍ମ ଫେଷ୍ଟିଭାଲ ନେଇ ବେଶ ଉତ୍ସାହିତ ଥିଲେ ମଧ୍ୟ ଯାଇପାରୁ ନ ଥିବାରୁ ବ୍ୟକ୍ତିଗତ ଭାବେ ଦୁଃଖୀତ । କାନ୍ସ ପାଇଁ ମୁଁ ଅନୁରାଗ ଠାକୁର ଏବଂ ଭାରତର ପୂରା ଟିମକୁ ଅଭିନନ୍ଦନ ଜଣାଉଛି । ଏବେ କିଛି ଦିନ ଘରେ ଆରାମ କରିବି ବୋଲି ସେ କହିଛନ୍ତି ।

ଅପରପକ୍ଷରେ ବିଏମସି ପକ୍ଷରୁ ଅକ୍ଷୟ କରୋନା ସଂକ୍ରମିତ ହୋଇଥିବା ଜାଣି ନାହିଁ ବୋଲି କୁହାଯାଇଛି । ଆମର କୋଭିଡ ପଜିଟିଭ ତାଲିକାରେ ତାଙ୍କ ନାମ ନାହିଁ । ସେ ନିଜ ଘରେ ତାଙ୍କ ଟେଷ୍ଟ କରାଇ ପାରିଥାନ୍ତି ବୋଲି ଜନୈକ ଅଧିକାରୀ କହିଛନ୍ତି । ଜୁନ ୩ରେ ଅକ୍ଷୟଙ୍କ ବହୁ ଚର୍ଚ୍ଚିତ ପୃଥ୍ୱୀରାଜ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହା ବ୍ୟତୀତ ସେ ରାଧିକା ମାଧାନଙ୍କ ସହ ଆଗାମୀ ଫିଲ୍ମର ଶୁଟିଂ ନେଇ ବ୍ୟସ୍ତ ଥିଲେ । କାନ୍ସରେ ପ୍ରଥମ ଥର ପାଇଁ କଂଟ୍ରି ଅଫ ଅନର ଟ୍ରାଡିଶନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆମେ ଏହି ଫିଲ୍ମ ଫେଷ୍ଟିଭାଲ ମାଧ୍ୟମରେ ସାରା ବିଶ୍ୱକୁ ନୂତନ ବାର୍ତା ଦେବାକୁ ଚାହୁଁଛୁ ବୋଲି ଅନୁରାଗ କହିଛନ୍ତି ।

Leave A Reply

Your email address will not be published.