Latest Odisha News

BREAKING NEWS

୧୦ କରୋନା ଯୋଦ୍ଧାଙ୍କ ସମେତ ଗଞ୍ଜାମରେ ୩୮ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୩୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ ।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ କରୋନା ଯୋଦ୍ଧା ରହିଛନ୍ତି । ସେମାନଙ୍କ ମଧ୍ୟରେ ଛତ୍ରପୁରରୁ (୧), ଚିକିଟି (୨), ଗଞ୍ଜାମ (୧), ପୋଲସରା (୩), ରଙ୍ଗେଇଲୁଣ୍ଡା (୧), ଭଞ୍ଜନଗର (୧) ଓ କେ. ଏସ ନଗରରୁ ଜଣେ କରୋନା ପଜିଟିଭ ହୋଇଛନ୍ତି ।

ସେହିପରି ସୁରଟ (୪), ତାମିଲନାଡୁ(୧), ମହାରାଷ୍ଟ୍ର (୧), ବାଙ୍ଗାଲୋର(୧) ଓ କେରଳରୁ ୧ ଚିହ୍ନଟ ହୋଇଛନ୍ତି । ଏମାନଙ୍କର ଯାତ୍ରା ଇତିହାସ ରହିଥିବା ବେଳେ ଆଉ ୨୦ ଜଣଙ୍କର ଆକ୍ଟିଭ କଣ୍ଟାକ୍ଟ ପଜିଟିଭ କେସ୍ ରହିଛି ।

ଅପରପକ୍ଷରେ ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.