Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରରୁ ହଟିବେ ୧୦ ହଜାର ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ପ୍ରତ୍ୟାହାର ହେବେ ୧୦ ହଜାରରୁ ଉର୍ଦ୍ଧ୍ବ ସୁରକ୍ଷାକର୍ମୀ। ଏନେଇ ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏହି ସୁରକ୍ଷା କର୍ମୀମାନଙ୍କ ମଧ୍ୟରୁ ଅଧିକାଂଶ ଗତ ବର୍ଷ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ଓ ଗୋଟାଏ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପୂର୍ବରୁ ନିୟୋଜିତ ହୋଇଥିଲେ।
କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ, ଖୁବଶୀଘ୍ର ଜମ୍ମୁ-କାଶ୍ମୀରରୁ ସିଏପିଏଫ୍‌ର ୧୦୦ଟି କମ୍ପାନିକୁ ମଧ୍ୟ ପ୍ରତ୍ୟାହାର କରି ସେମାନଙ୍କୁ ସେମାନଙ୍କ ଅଞ୍ଚଳକୁ ଫେରାଇ ନିଆଯିବ ।

ଜମ୍ମୁ-କଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବଳର ୪୦୦ ଅତିରିକ୍ତ କମ୍ପାନିକୁ ନି‌ୟେ‌ାଜିତ କରିଥିଲା। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୧ ବର୍ଷ ବିତିଗଲାଣି । ଅନ୍ୟ ଅଞ୍ଚଳର ସୁରକ୍ଷା ସ୍ଥିତିର ସମୀକ୍ଷା ପରେ ସମ୍ପୃକ୍ତ ଅଞ୍ଚଳରୁ ଏହି ୧୦ ହଜାର ସୁରକ୍ଷା କର୍ମୀଙ୍କୁ ପ୍ରତ୍ୟାହାର କରିବାର ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

Leave A Reply

Your email address will not be published.