Latest Odisha News

BREAKING NEWS

ଲକ୍‌-ଡାଉନ୍‌ରେ ପୁଅର ଜନ୍ମଦିନ ପାଳିଲେ ହ୍ରିତିକ୍ ରୋଶନ୍‌ !

ମୁମ୍ବାଇ: କରୋନା ମହାମାରୀ ଅନେକ ଫିଲ୍ମର ସୁଟିଂ ଓ ରିଲିଜ ଡେଟ୍‌କୁ ସ୍ଥଗିତ ରଖିଛି । ଆକ୍ଟର ଓ ସେଲିବ୍ରିଟି ମାନେ ସଙ୍ଗରୋଧ ଅବସ୍ଥାରେ ରହିଛନ୍ତି । ହେଲେ ଲକ୍‌-ଡାଉନ୍ ଭଳି ସ୍ଥିତି ହ୍ରିତିକ ରୋଶନଙ୍କର ପୁଅର ଜନ୍ମଦିନ ପାଳନକୁ ଅଟକାଇପାରିନି ।

ଭିଡିଓ କଲ୍ ଜରିଆରେ ହ୍ରିତିକ ଓ ସୁଜୌନ୍ ପୁଅ ହ୍ରିହାନ୍ ର ଜନ୍ମଦିନ ସେଲିବ୍ରେଟ୍ କରିଛନ୍ତି । ଇନ୍‌ଷ୍ଟାଗ୍ରାମ ଓ ଟୁଇଟର୍‌ରେ ପୁଅ ହ୍ରିହାନ୍‌ର ବାର୍ଥ ଡେ ସେଲିବ୍ରେସନ୍ ଭିଡିଓକୁ ଖୋଦ ହ୍ରିତିକ୍ ପୋଷ୍ଟ କରିଛନ୍ତି ।

ଭିଡିଓରେ ହ୍ରିତିକ୍‌, ସୁଜୈନ, ସେମାନଙ୍କ ପୁଅ ଓ ପୁରା ପରିବାର ଲୋକଙ୍କୁ ଦେଖିବାକୁ ମିଳିଛି । କେକ୍ କଟିଂ ସେଲିବ୍ରେସନ୍‌ରେ ସମସ୍ତ ପରିବାର ଭିଡିଓ କଲିଂ ଜରିଆରେ ଯୋଡିହୋଇଥିଲେ ।

ପୂର୍ବରୁ ଲକ୍‌-ଡାଉନ୍ ସମୟରେ ପିଲାମାନଙ୍କୁ ନେଇ ଏକ୍ସ- ୱାଇଫ୍ ସୁଜୈନ ହ୍ରିତିକଙ୍କ ପାଖକୁ ଆସିଥିଲେ । ଏହି ସମୟରେ ଇନଷ୍ଟାଗ୍ରାମ୍ ଜରିଆରେ ହ୍ରିତିକ ସୁଜୈନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.