Latest Odisha News

BREAKING NEWS

ପରୀକ୍ଷା ବାତିଲ ଦାବିରେ ତାତିଲେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ, ଘେରିଲେ ନବୀନ ନିବାସ 

ଭୁବନେଶ୍ୱର: ପରୀକ୍ଷା ବାତିଲ ଦାବିରେ ନବୀନ ନିବାସ ଘେରିଛନ୍ତି ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ସ୍ଥଗିତ ନରଖି ଛାତ୍ରଛାତ୍ରୀ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି । 

ଭୁବନେଶ୍ବରରେ ଥିବା ବିଭିନ୍ନ ସରକାରୀ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଗୁହାରୀ ଜଣଇବାକୁ ନବୀନ ନିବାସ ଯାଇଥିଲେ । ମୁଖ୍ୟମନ୍ତ୍ରୀ ଉପସ୍ଥିତ ନଥିବାରୁ ସେମାନେ ତାଙ୍କ ଦାବିପତ୍ର ତାଙ୍କ ଉଦ୍ଦେଶ୍ୟରେ ଦେଇ ଫେରିଆସିଛନ୍ତି । ନବୀନ ନିବାସରୁ ଫେରି ଛାତ୍ରଛାତ୍ରୀ ଫରେଷ୍ଟ ପାର୍କ ରାସ୍ତାରେ ଧାରଣା ଦେଇଥିଲେ । ଏହାପୂର୍ବରୁ ଛାତ୍ରଛାତ୍ରୀ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ଭେଟି ତାଙ୍କର ଦାବି ଜଣାଇଥିଲେ । ସେଠାରୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ । 

ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ସରକାରୀ ଓ ଶିଶୁ ମନ୍ଦିର ପିଲା ମାଟ୍ରିକ ପରୀକ୍ଷା ବାତିଲ ପାଇଁ ଚିଠି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଜୁନ ପ୍ରଥମ ସପ୍ତାହରେ ନିଷ୍ପତ୍ତି ନେବେ । ଆମ ପ୍ରମୁଖ ସଚିବ isolationରେ ଅଛନ୍ତି । ମତେ ବି ପିଲାମାନେ ଭେଟିଛନ୍ତି । ବିଭିନ୍ନ ଦୃଷ୍ଟିରୁ ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯିବ । ବାତିଲ ହେବ କି ନାହିଁ, ସେ ସବୁ ଦିଗ ଉପରେ ତର୍ଜମା କରାଯାଉଛି । ବାତିଲ ହେଲେ କେମିତି ମାର୍କ ଦିଆଯିବ, ସେ ସବୁ ସମୀକ୍ଷା କରାଯାଉଛି । ସରକାର ଖୁବ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ସମୀର ଦାସ କହିଛନ୍ତି । 

Leave A Reply

Your email address will not be published.