Latest Odisha News

BREAKING NEWS

୭୫ ବର୍ଷ ବୟସରେ ବାପାଙ୍କ ବିବାହ କରାଇଲେ ଝିଅ

ମହୀସାଗର: ଗୁଜରାଟର ମହୀସାଗର ଜିଲ୍ଲାରେ ୭୫ ବର୍ଷୀୟ ବାପାଙ୍କ ପାଇଁ ନିଜ ଝିଅ କନ୍ୟା ଖୋଜିଛନ୍ତି । ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ । ଅମେଠୀ ଗ୍ରାମର ସାୟବା ଭାଇ ଡାମୋରଙ୍କ ପତ୍ନୀ ୨୦୨୦ରେ ଆରପାରିକୁ ଚାଲି ଯାଇଥିଲେ । ସେମାନଙ୍କ ଗୋଟିଏ ଝିଅ । ତାଙ୍କ ବିବାହ ହୋଇ ଯାଇଥିବାରୁ ସେ ବାପାଙ୍କ ଦେଖାଶୁଣା କରି ପାରୁ ନ ଥିଲେ । ବାପାଙ୍କୁ ଏକୁଟିଆ ହଇରାଣ ହରକତ ହେଉଥିବା ଦେଖି ସେ ବ୍ୟତୀବ୍ୟସ୍ତ ହୋଇ ପଡିଥିଲେ । ବହୁତ ଚିନ୍ତା କରିବା ପରେ ସେ ବାପାଙ୍କ ବିବାହ ପାଇଁ କନ୍ୟା ଖୋଜିବା ଆରମ୍ଭ କରିଥିଲେ । ସେହି ଗ୍ରାମରେ ୬୦ ବର୍ଷୀୟା କେକୁ ବେମଙ୍କ ପତିଙ୍କ ନିଧନ ହୋଇ ସାରିଥିଲା । ସେ ବି ଏକୁଟିଆ ଚଳୁଥିଲେ ।

ଡାମୋର ଓ କେକୁ ବେନ ପରସ୍ପରକୁ ଭଲ ଭାବେ ଜାଣନ୍ତି । ଗ୍ରାମବାସୀ ଏବଂ ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ଏହି ଦୁଇ ଜଣଙ୍କୁ ବିବାହ କରିବା ପାଇଁ ରାଜି କରାଯାଇଥିଲା । ସମ୍ପୂର୍ଣ୍ଣ ରୀତୀନୀତିରେ ବିବାହ କରାଯାଇଥିଲା । ଡାମୋର ନିଜେ ମଧ୍ୟ ଡିଜେ ଧୂନରେ ନାଚୁଥିବା ଦେଖିବାକୁ ମିଳିଥିଲା । ଦୁଇ ଜଣଙ୍କ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.