Latest Odisha News

ଉତ୍ତରପ୍ରଦେଶର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୧୧ ମୃତ,୧୦ ଆହତ

ଲକ୍ଷ୍ନୋ: ବସ୍ କୁ ଧକ୍କା ଦେଲା ଟ୍ରକ । ଉତ୍ତରପ୍ରଦେଶର ଶାହାଜାହାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଫଳରେ ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୁଚନା ଅନୁଯାୟୀ, ଉତ୍ତରପ୍ରଦେଶ ସୀତାପୁରରୁ ଉତ୍ତରାଖଣ୍ଡର ପୂର୍ଣ୍ଣାଗିରି ଯାଉଥିଲେ ଶ୍ରଦ୍ଧାଳୁ । ଶନିବାର ରାତି ପ୍ରାୟ ୧୧ ଟା ସମୟରେ ବସ୍ ଟି ଏକ ଢାବା ନିକଟରେ ଅଟକି ଥିଲା   ।ଏହି ସମୟରେ ଏକ ଗୋଡି ବୋଝେଇ ଟ୍ରକ୍ ବସ୍ କୁ ଧକ୍କା ଦେଇ ତା ପରେ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୧୧ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଜଣ ଶ୍ରଦ୍ଧାଳ ଆହତ ହୋଇଛନ୍ତି । ଆହତ ହୋଇଥିବା ଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ସୁଚନା ଅନୁସାରେ ,ଶନିବାର ବିଳମ୍ବିତ ରାତିରେ ଶାହାଜାହାନପୁର ପୁଲିସ ଷ୍ଟେସନ ଖୁଟର ଅଞ୍ଚଳର ଗୋଲା ବାଇପାସ୍ ରୋଡରେ ଅବସ୍ଥିତ ଏକ ଢ଼ାବା ନିକଟରେ ଖାଦ୍ୟ ଖାଇବା ପାଇଁ ଏହି ବସ୍‌ଟି ଅଟକି ଥିଲା । ଏତିକି ବେଳେ ଏକ ଗୋଡି ବୋଝେଇ ଟ୍ରକଟି ନିୟନ୍ତ୍ରଣ ହରାଇ ବସ୍‌ ଉପରେ ଓଲଟି ପଡିଥିଲା । ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନ ଅଧିକାରୀ ପହଞ୍ଚି ଉଦ୍ଧାର କରିଥିଲେ । ପ୍ରାୟ ୩ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ପରେ ଟ୍ରକ୍ ତଳେଚାପି ହୋଇଥିବା ମୃତଦେହକୁ ବାହାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପରେ ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.