Latest Odisha News

ହସ୍ପିଟାଲରେ ନିଆଁ:୭ନବଜାତ ଶିଶୁ ମୃତ

ନୂଆଦିଲ୍ଲୀ: ହସ୍ପିଟାଲରେ ନିଆଁ । ଫଳରେ ୭ନବଜାତ ଶିଶୁଙ୍କର  ମୃତ୍ୟୁ । ଦିଲ୍ଲୀ ବିବେକ ବିହାର ସ୍ଥିତ ବେବି କେୟାର୍‌ ସେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତ୍ରିରେ ନିଆାଁ ଲାଗିବାରୁ ୭ ନବଜାତ ଶିଶୁ ସବୁଦିନ ପାଇଁ ଆଖି ବୁଜିଛନ୍ତି।

ସୂଚନା ମୁତାବକ ,ଗତକାଲି ଅର୍ଥାତ ଶନିବାର ବିଳମ୍ବିତ ରାତି ୧୧.୩୨ରେ ବେବିକେୟାର ହସ୍ପିଟାଲରେ ନିଆଁ ଲାଗିଥିଲା । ଏନେଇ ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ୧୨ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲା । ପରେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୭ଜଣଙ୍କର ମୃତ୍ୟୁ ହୋଇଥିଲା । ଜଣଙ୍କୁ ଭେଣ୍ଟିଲେଟର୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୪ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଇଷ୍ଟ ଦିଲ୍ଲୀ ଆଡଭାନ୍ସ କେୟାର  ଏନ୍‌ଆଇସିୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ନିଆଁ ଏତେ ଭୟଙ୍କର ଥିଲା ଯେ ,ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ହସ୍ପିଟାଲ ସମ୍ପୂର୍ଣ୍ଣ ଜଳିଯାଇଛି । ହସ୍ପିଟାଲ ନିକଟରେ ଥିବା ବିଲ୍ଡିଂରେ ମଧ୍ୟ ନିଆଁ ଲାଗିଯାଇଥିଲା, ଯାହାକୁ ବର୍ତମାନ ଅଗ୍ନିଶମ ବାହିନୀ ନିୟନ୍ତ୍ରଣକୁ ଆଣିଛି ।  ତେବେ  ବେବି କେୟାର ସେଣ୍ଟରରେ ହଠାତ୍‌ କିଭଳି ଅଗ୍ନିକାଣ୍ଡ ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ। ସଟ୍‌ ସର୍କିଟ୍‌ ଯୋଗୁ ଏହି ନିଆଁ ଲାଗିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି  ।

Leave A Reply

Your email address will not be published.