Latest Odisha News

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳେ ପ୍ରଥମେ ୯ଟାରେ ପରୀକ୍ଷା ପରିଚାଳନା କମିଟିର ବୈଠକ ବସି ଫଳ ଉପସ୍ଥାପନ କରାଯିବ।ଏହାପରେ ଆନୁଷ୍ଠାନିକ ଭାବେ ଦିନ ସାଢ଼େ ୧୦ଟାରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ ।

୧୧ଟା ୩୦ରେ ବୋର୍ଡ ୱେବସାଇଟ୍ ରେ ଉପଲବ୍ଧ ହେବ ରେଜଲ୍ଟ ।ବୋର୍ଡ ୱେବସାଇଟ www.bseodisha.ac.in ରେ ରେଜଲ୍ଟ ଉପଲବ୍ଧ ହେବ । ଇଣ୍ଟରନେଟ୍ ସୁବିଧା ନଥିଲେ ମୋବାଇଲ ଫୋନରେ ମେସେଜ୍ କଲେ ମଧ୍ୟ ଛାତ୍ରଛାତ୍ରୀ ରେଜଲ୍ଟ ପାଇପାରିବେ ।

ଏଥିପାଇଁ OR10 ସ୍ପେଶ୍ ରୋଲ୍ ନମ୍ବର ଲେଖି ୫୬୭୬୭୫୦ କୁ SMS କଲେ ମୋବାଇଲରେ ପହଞ୍ଚିଯିବ ରେଜଲ୍ଟ ।ଚଳିତ ବର୍ଷ ପ୍ରଥମ ଥର ପାଇଁ ହ୍ଵାଟ୍ସଆପ ନମ୍ବରରେ ଡିଜିଟାଲ ସାର୍ଟିଫିକେଟ ଉପଲବ୍ଧ କରୁଛି ବୋର୍ଡ। ଅପରାହ୍ନ ୪ଟାସୁଦ୍ଧା ଡିଜିଟାଲ ସାର୍ଟିଫିକେଟ ହାଉନଲୋଡ୍ କରିପାରିବେ ଛାତ୍ରଛାତ୍ରୀ । ଡିଜିଟାଲ ସାର୍ଟିଫିକେଟ ପାଇଁ ବିଏସଇ (BSE)/Hi ଲେଖି ୭୭୧୦୦୫୮୧୯୨ ରେ ହ୍ଵାଟ୍ସଆପ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

 

Leave A Reply

Your email address will not be published.