Latest Odisha News

BREAKING NEWS

‘ହ୍ୱାଇଟ୍‌ ଫଙ୍ଗସ୍’ କେବଳ ଏକ ସାଧାରଣ ଫଙ୍ଗଲ୍ ସଂକ୍ରମଣ, ବ୍ଲାକ୍‌ ଫଙ୍ଗସ୍ ଅଧିକ ବିପଜ୍ଜନକ; ରିପୋର୍ଟ

ନୂଆଦିଲ୍ଲୀ: ସମ୍ପ୍ରତି ବିଭିନ୍ନ ରାଜ୍ୟମାନଙ୍କରେ ବ୍ଲାକ୍‌ ଫଙ୍ଗସ୍ ରୋଗର ବୃଦ୍ଧି ଘଟୁଥିବା ଦେଖିବାକୁ ମିଳୁଛି। ଏହି ରୋଗ ମୁଖ୍ୟତଃ କରୋନା ରୋଗୀଙ୍କୁ ଅଧିକ ପ୍ରଭାବିତ କରୁଛି। ବ୍ଲାକ୍‌ ଫଙ୍ଗସ ପରେ ପରେ ଏବେ ହ୍ବାଇଟ୍‌ ଫଙ୍ଗସ୍‌ ସଂକ୍ରମଣର ଖବର ସମସ୍ତଙ୍କ ଚିନ୍ତା ବଢାଇଦେଇଛି।

ଇଣ୍ଡିଆଟୁଡେ ରିପୋର୍ଟ ଅନୁଯାୟୀ ବିଶେଷଜ୍ଞମାନେ କହିଛନ୍ତି ଯେ “ହ୍ବାଇଟ୍‌ ଫଙ୍ଗସ୍” ଭଳି ରୋଗ ନାହିଁ। ରିପୋର୍ଟ କରାଯାଉଥିବା ସଂକ୍ରମଣ କ୍ୟାଣ୍ଡିଡିଆସିସ୍ (candidiasis) ବ୍ୟତୀତ ଆଉ କିଛି ନୁହେଁ ବୋଲି ସେମାନେ କହିଛନ୍ତି।

ହ୍ବାଇଟ୍‌ ଫଙ୍ଗସର ପ୍ରଥମ ରିପୋର୍ଟ ବିହାରର ପାଟନାରୁ ଆସିଥିଲା। ତେବେ ସରକାରଙ୍କ ଦ୍ୱାରା ପରିଚାଳିତ ପାଟନା ମେଡିକାଲ କଲେଜ ଏହି ରିପୋର୍ଟକୁ ଖାରଜ କରିଦେଇଛି।

ବର୍ତ୍ତମାନ ଉତ୍ତରପ୍ରଦେଶରେ ହ୍ବାଇଟ୍‌ ଫଙ୍ଗସର ଏକ ନୂଆ ମାମଲା ଚିହ୍ନଟ ହୋଇଛି।

“ହ୍ବାଇଟ୍‌ ଫଙ୍ଗସ୍ କେବଳ ଏକ ମନଗଢା କଥା ଏବଂ ଭୁଲ ଧାରଣା। ଏହା ମୂଳତଃ କ୍ୟାଣ୍ଡିଡିଆସିସ୍। ଏହା କ୍ୟାଣ୍ଡିଡା ନାମକ ଏକ ପ୍ରକାର ଫଙ୍ଗସ୍ ଦ୍ବାରା ସୃଷ୍ଟି ହୋଇଥିବା ଏକ ଫଙ୍ଗଲ୍ ସଂକ୍ରମଣ। ଏହା ସବୁଠାରୁ ସାଧାରଣ ଫଙ୍ଗଲ୍ ସଂକ୍ରମଣ ବୋଲି ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ଇଶ୍ୱର ଗିଲାଡା କହିଛନ୍ତି।

ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ବ୍ଲାକ୍‌ ଫଙ୍ଗସ୍ ଅପେକ୍ଷା “ହ୍ବାଇଟ୍‌ ଫଙ୍ଗସ୍” ଅଧିକ ବିପଜ୍ଜନକ ବୋଲି ରିପୋର୍ଟ କରିବାର କୌଣସି ଆଧାର ନାହିଁ।

ବ୍ଲାକ୍‌ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା କରୁଥିବା ବମ୍ବେ ହସ୍ପିଟାଲର ପୁଲମନୋଲୋଜିଷ୍ଟ ଡା. କପିଲ ସାଲଗିଆ କହିଛନ୍ତି ଯେ ବ୍ଲାକ୍‌ ଫଙ୍ଗସ୍‌ ଅଧିକ ଆକ୍ରମଣକାରୀ ଏବଂ ଏହା ସାଇନସ୍, ଆଖି, ମସ୍ତିଷ୍କରେ ଅନେକ କ୍ଷତି ଘଟାଇପାରେ ଏବଂ ବ୍ୟାପକ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ।

Leave A Reply

Your email address will not be published.