Latest Odisha News

BREAKING NEWS

ଭୁବନେଶ୍ବରରୁ ଆଉ ୧୧୧୬ ପଜିଟିଭ୍, ୬୫୫ ସୁସ୍ଥ

ଭୁବନେଶ୍ବର : କରୋନା ମହାମାରୀ ମଧ୍ୟରେ ଏବେ ରାଜ୍ୟରେ ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ବର । ପ୍ରତିଦିନ ଏଠାରୁ ବଢ଼ିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଏହି କ୍ରମରେ ଆଜି ଭୁବନେଶ୍ବରରୁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୧୧୧୬ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୭୭ ଜଣ ଥିବା ବେଳେ, ସ୍ଥାନୀୟ ସଂକ୍ରମଣ ରହିଛି ୯୩୯ । ସେହିପରି ସୁସ୍ଥ ହୋଇଛନ୍ତି ଆଉ ୬୫୫ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୫୦ ଜଣ ଥିବା ବେଳେ, ନୟାପଲ୍ଲୀରୁ ୪୯, ଖଣ୍ଡଗିରିରୁ ୩୬, ଡୁମୁଡୁମାରୁ ୩୫, ବରମୁଣ୍ଡାରୁ ୩୪, ଚନ୍ଦ୍ରଶେଖରପୁରରୁ ୩୫, ଲକ୍ଷ୍ମୀସାଗରରୁ ୩୧, ଝାରପଡ଼ାରୁ ୩୦, ବମିଖାଲରୁ ୨୫, ବଡ଼ଗଡ଼ରୁ ୨୦, ବିଜେବି ନଗରରୁ ୨୧, ଓଲ୍ଡ ଟାଉନରୁ ୩୬, ରସୁଲଗଡ଼ରୁ ୩୬, ୟୁନିଟ୍-୯ରୁ ୩୪, ୟୁନିଟ-୬ରୁ ୨୦, ସୁନ୍ଦରପଦାରୁ ୨୦, ୟୁନିଟ୍-୮ରୁ ୨୨, ଶୈଳଶ୍ରୀବିହାରରୁ ୧୭, ଟଙ୍କପାଣି ରୋଡରୁ ୧୪, ଶାସ୍ତ୍ରୀନଗରରୁ ୧୭ ଜଣ ଅଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଲକ୍ଷ୍ମୀସାଗରରୁ ୭ ଜଣ ଥିବା ବେଳେ, ଖଣ୍ଡଗିରିରୁ ୮, ପଟିଆରୁ ୯, ଚନ୍ଦ୍ରଶେଖରପୁରରୁ ୮, ନୟାପଲ୍ଲୀରୁ ୧୦, ମଞ୍ଚେଶ୍ବରରୁ ୮, ନୀଳାଦ୍ରିବିହାରରୁ ୭, ଜୟଦେବବିହାରରୁ ୬, ଓଲ୍ଡ ଟାଉନ, ବରମୁଣ୍ଡା, ଶୈଳଶ୍ରୀବିହାର, ୟୁନିଟ୍-୪ ଓ ଡୁମୁଡୁମାରୁ ୫ ଜଣ ଲଷଖାଏଁ ସଂକ୍ରମିତ ଅଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ଭୁବନେଶ୍ବରରେ ଆକ୍ରାନ୍ତ ହେଲେଣି ୪୮ ହଜାର ୨୫୬ ଜଣ । ଏମାନଙ୍କ ମଧ୍ୟରୁ ୩୯ ହଜାର ୧୬ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ, ୨୭୨ ଜଣଙ୍କ ଜୀବନ ନେଲାଣି ଭୂତାଣୁ । ବାକି ୮୯୪୭ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.