Latest Odisha News

BREAKING NEWS

ଲକଡାଉନ ସମୟରେ ସ୍ବତନ୍ତ୍ର ମାର୍ଗରେ ଗଡିବ ‘ମୋ ବସ୍’

ଭୁବନେଶ୍ୱର: ଆସନ୍ତା ୫ରୁ ୧୯ ତାରିଖ ଯାଏଁ ବନ୍ଦ ରହିବ ମୋ ବସ୍ ସେବା। ରାଜ୍ୟବ୍ୟାପୀ ଲକଡାଉନ ପୂର୍ବରୁ ଏନେଇ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି।

କ୍ରୁଟ୍ ପକ୍ଷରୁ ଭୁବନେଶ୍ୱର, କଟକ ଏବଂ ପୁରୀରେ ମୋ ବସ୍ ସେବା ଚଳାଚଳ ହୋଇଥାଏ। ତେବେ ଏଭଳି ପରିସ୍ଥିତିରେ ଯାତ୍ରୀଙ୍କ ଗମନାଗମନକୁ ସୁଗମ କରିବା ପାଇଁ ମୋ ବସ୍ କେବଳ ରେଳ ଷ୍ଟେସନରୁ କଟକ ଏବଂ ଖୋର୍ଦ୍ଧା ଯାଏଁ ଗାଡ଼ି ଚଳାଚଳ କରାଯିବ।

ସେହିପରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ସେବା ମଧ୍ୟ ଉପଲବ୍ଧ ହେବ। ତେବେ ଲକଡାଉନ୍ ଅବଧି ମଧ୍ୟରେ କେହି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ। ଏହାବ୍ୟତୀତ ଯାତ୍ରୀମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି।

Leave A Reply

Your email address will not be published.