Latest Odisha News

BREAKING NEWS

ୱେବିନାର ମାଧ୍ୟମରେ ଆଜି ଏକାଦଶ ନାଟ୍ୟ ସଂଗ୍ରହ କାର୍ଯ୍ୟକ୍ରମ

ଭୁବନେଶ୍ୱର : ପୁରବାଇ ସଂସ୍କୃତି କଳା ବିକାଶ କେନ୍ଦ୍ର ପକ୍ଷରୁ ଆଜି ସନ୍ଧ୍ୟା ୫ ୩୦ ରୁ ୭ ଟା ମଧ୍ୟରେ ୱେବିନାର ମାଧ୍ୟମରେ ଏକାଦଶ ନାଟ୍ୟ ସଂଗ୍ରହ ( ନାଟ୍ୟଶାସ୍ତ୍ରର ୩୬ଟି ବିଷୟ ଉପରେ ଏକ ସଂକ୍ଷିପ୍ତ ଆଲୋଚନା ) ଶୀର୍ଷକ ଏକ କାର୍ଯ୍ୟକ୍ରମ ଆୟୋଜନ ହେବାର ଅଛି।

ଏହି କାର୍ଯ୍ୟକ୍ରମକୁ କଳାମଣ୍ଡଳମ ପିଅଲ ଭଟ୍ଟାଚାର୍ଯ୍ୟ ପରିଚାଳନା କରିବେ। ଏଥିରେ ଭାଗ ନେବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ www.purvai.in ମାଧ୍ୟମରେ ନିଜ ନାମ ପଞ୍ଜିକୃତ କରିପାରିବେ।

ନାଟ୍ୟଶାସ୍ତ୍ରର ଦ୍ଵିତୀୟ ପର୍ଯ୍ୟାୟରେ ଭାଗ ନେବା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ଜୁଲାଇ ୮ରୁ ଅପରାହ୍ନ ୪ଟାରୁ ୬ ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ।

Comments are closed.