Latest Odisha News

BREAKING NEWS

ବେଆଇନ ଗୋରୁ ଚାଲାଣ ବେଳେ ଓଲଟି ପଡ଼ିଲା କଣ୍ଟେନର ,୧୨ ଗୋରୁ ମୃତ

ଭୋଗରାଇ :  ବେଆଇନ ଗୋରୁ ଚାଲାଣ ବେଳେ ଓଲଟି ପଡ଼ିଲା କଣ୍ଟେନର । ଆଖି ବୁଜିଲେ ୨୦ରୁ ଅଧିକ ଗୋରୁ । କଣ୍ଟେନରରେ ପ୍ରାୟ ୨୦୦ରୁ ଅଧିକ ଗୋରୁଙ୍କୁ ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ୫୭ ନଂ ରାଜ୍ୟ ରାଜପଥର ମହାନ୍ତି ଛକ ନିକଟରେ ଘଟିଲା ଅଘଟଣ ।  ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି ।

ତେବେ ସୂଚନା ଅନୁଯାୟୀ ଭୋରରୁ ପ୍ରାୟ ୨୦୦ରୁ ଅଧିକ ଗୋରୁଙ୍କୁ ନେଇ ଏକ କଣ୍ଟେନର ଦ୍ରୁତ ଗତିରେ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଭୋଗରାଇର ମହାନ୍ତି ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଗାଡ଼ି । ସ୍ଥାନୀୟ ଲୋକେ ତୁରନ୍ତ ସେଥିରେ ଥିବା ଗୋରୁଙ୍କୁ ଉଦ୍ଧାର କରିଥିବା ବେଳେ ସେଥିମଧ୍ୟରୁ ୮ଟି ଗୋରୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ସାରିଥିଲା ।

ତେବେ ଏହି ମୃତ୍ୟୁ ସଂଖ୍ୟା ଏବେ ୧୨କୁ ବୃଦ୍ଧି ପାଇଥିବା ଜଣାପଡିଛି ।  ଖବର ପାଇ ସ୍ଥାନୀୟ ତାଳସାରୀ ସାମୁଦ୍ରିକ ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଥିବା ଜଣାପଡ଼ିଛି ।

Leave A Reply

Your email address will not be published.