Latest Odisha News

BREAKING NEWS

ଗଭୀର ସମୁଦ୍ରରେ ନିଖୋଜ ୧୩ ମତ୍ସ୍ୟଜୀବୀ ଠାବ

ପାରାଦୀପ :ଗଭୀର ସମୁଦ୍ରକୁ ଯାଇଥିବା ଦୁଇଟି ମାଛଧରା ବୋଟ ନିଖୋଜ ହୋଇଯାଇଥିଲା। ଗଭୀର ସମୁଦ୍ରରେ ନିଖୋଜ ୧୩ ମତ୍ସ୍ୟଜୀବୀ ଠାବ ସୂଚନା  । ଯୋଗାଯୋଗ ହୋଇଥିବା ନେଇ ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡ଼ା ସୂଚନା ଦେଇଛନ୍ତି । ଜେଟି ଅଭିମୁଖେ ଫେରୁଥିବା ସୂଚନା ରହିଛି ।   ୫ ଦିନ ହେବ ୨ଟି ବୋଟରେ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ୧୩ ମତ୍ସ୍ୟଜୀବୀ ।

ସୂଚନା ଅନୁଯାୟୀ, ୫ଦିନ ତଳେ କିନାରା ଓ ଦେବୀ ଲକ୍ଷ୍ମୀ ବୋଟ୍‌ ନାମକ ଦୁଇଟି ମାଛ ଧରା ବୋଟ୍‌ ପାରାଦୀପରୁ ଗଭୀର ସମୁଦ୍ର ଅଭିମୁଖେ ଯାଇଥିଲେ । ବୋଟ୍‌ ୨ଟି ଗଭୀର ସମୁଦ୍ର ଭିତରକୁ ଯିବା ପରେ ସେଥିରେ ଥିବା ମତ୍ସ୍ୟଜୀବୀଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନଥିଲା। ଓମ୍ଫା ପକ୍ଷରୁ ଦୁଇଟି ବୋଟ ନିଖୋଜ ସମ୍ପର୍କରେ ଭାରତୀୟ ତଟ୍ଟରକ୍ଷୀ ବାହିନୀ ଓ ନୌସେନାକୁ ଅବଗତ କରାଯିବା ପରେ ସମୁଦ୍ର ମଧ୍ୟରେ ଖୋଜାଖୋଜି ଆରମ୍ଭ ହୋଇଥିଲା  ।

ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ(ଓମ୍ଫା) ସଭାପତି ଶ୍ରୀକାନ୍ତ ପରିଡ଼ାଙ୍କ ସୂଚନା ଅନୁସାରେ, ୮ତାରିଖ ଦେବୀ ଲକ୍ଷ୍ମୀ ଓ କିନ୍ନାରା ନାମକ ଦୁଇଟି ମାଛଧରା ବୋଟ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ସେମାନେ ମାଛ ଧରିବାକୁ ଯିବାବେଳେ ସମୁଦ୍ର ମଧ୍ୟରେ ଓଏନଜିସି ପକ୍ଷରୁ ଚାଲିଥିବା ସର୍ଭେପାଇଁ କିଛି ଆବଶ୍ୟକ ସାମଗ୍ରୀ ସାଥୀରେ ନେଇ ଯାଇଥିଲେ।

୯ତାରିଖ ଦିନ ଜାହାଜ ନିକଟରେ ପହଞ୍ଚି ସାଥୀରେ ନେଇଥିବା ସାମଗ୍ରୀ ହସ୍ତାନ୍ତର କରିଥିଲେ। ଦୁଇଦିନ ଧରି ଜାହାଜରେ ଚାଲିଥିବା ସର୍ଭେ କାମରେ ଦୁଇଟିଯାକ ବୋଟ ସହଯୋଗ କରିଥିଲେ। ୧୦ତାରିଖ ରାତିରେ ଦୁଇଟିଯାକ ବୋଟ ଗଭୀର ସମୁଦ୍ର ଭିତରକୁ ଗଲେ । ହେଲେ ୧୧ତାରିଖ ଦିନ ସକାଳେ ଦୁଇଟିଯାକ ବୋଟ ଜାହାଜ ପାଖରେ ପହଞ୍ଚି ନଥିଲେ । ଦୁଇଟିଯାକ ବୋଟ ପହଞ୍ଚିନଥିବା ସମ୍ପର୍କରେ ଓଏନଜିସି ଜାହାଜର କର୍ମଚାରୀମାନେ ବୋଟ ମାଲିକଙ୍କୁ ଜଣାଇଥିଲେ ।

ବୋଟ ମାଲିକ ମଧ୍ୟ ସେମାନଙ୍କ କର୍ମଚାରୀଙ୍କ ସହ ଯୋଗାଯୋଗ ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ । ବୋଟ ନିଖୋଜ ସମ୍ପର୍କରେ ମାଲିକ ଓମ୍ଫାକୁ ଅବଗତ କରିଥିଲେ । ଖବର ପାଇବା ପରେ ଓମ୍ପା ପକ୍ଷରୁ ତୁରନ୍ତ ଭାରତୀୟ ତଟ୍ଟରକ୍ଷୀ ବାହିନୀ ଓ ନୌସେନାକୁ ଏ ସମ୍ପର୍କରେ ଯୋଗାଯୋଗ କରାଯାଇଥିଲା। ଏବେ ୧୩ ମତ୍ସ୍ୟଜୀବୀ ଠାବ ହୋଇଥିବା ଓମ୍ପା ପକ୍ଷରୁ ସୂଚନା ମିଳିଛି  ।

 

Leave A Reply

Your email address will not be published.