Latest Odisha News

BREAKING NEWS

ହେଲାନି ପହୁଡ ନୀତି, ଅନିଦ୍ରା ରହିଲେ ଶ୍ରୀଜିଉ

ପୁରୀ: ନନ୍ଦୋତ୍ସବ ନୀତିରେ ବିଳମ୍ବ ଯୋଗୁଁ ଅନିଦ୍ରା ରହିଲେ ମହାପ୍ରଭୁ। ଶ୍ରୀମନ୍ଦିରରେ ହେଲାନାହିଁ ମହାପ୍ରଭୁଙ୍କ ପହୁଡ଼ ନୀତି। ଫଳରେ ରାତିସାରା ଅନିଦ୍ରା ରହିଲେ ଶ୍ରୀଜିଉ । ନନ୍ଦୋତ୍ସବ ନୀତି ସହ ବିଜୁଳି କନ୍ୟା ନୀତି ଅନୁଷ୍ଠିତ ହେବା ହେତି ଶ୍ରୀଜିଉ ମାନଙ୍କ ପହୁଡ ନୀତି ହୋଇନଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଗତକାଲି ନନ୍ଦୋତ୍ସବ ଯୋଗୁଁ ଅନେକ ନୀତିକାନ୍ତି ରହିଥିଲା। ବଡଦେଉଳରେ ଶ୍ରୀକୃଷ୍ଣ ଲୀଳା ଅବସରରେ ଗୁରୁବାର ନନ୍ଦୋତ୍ସବ ଓ ବିଜୁଳି କନ୍ୟା ନୀତି ପାଳିତ ହୋଇଥିଲା । ଅନ୍ୟାନ୍ୟ ସମସ୍ତ ନୀତିକୁ ମିଶାଇ ଶ୍ରୀମନ୍ଦିରରେ ଗତକାଲି ନନ୍ଦୋତ୍ସବ ନୀତିକାନ୍ତି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ତେଣୁ ଗତକାଲିର ସନ୍ଧ୍ୟା ଆଳତୀ ଆଜି ଭୋର ୪ଟା ୧୫ରେ ସମ୍ପର୍ଣ୍ଣ ହୋଇଥିଲା । ସେପଟେ ମହାପ୍ରଭୁଙ୍କର ପହୁଡ ହୋଇନଥିବାରୁ ଦ୍ୱାର ଫିଟା ନୀତି ମଧ୍ୟ ବିଳମ୍ବିତ ହୋଇଥିଲା । ସକାଳ ୬ଟା ୩୦ ମିନିଟରେ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମଙ୍ଗଳଆଳତୀ ହେବା ପରେ ଦୈନନ୍ଦିନର ଅନ୍ୟାନ୍ୟ ନୀତି କରାଯାଇଥିଲା । ସେପଟେ ମହାପ୍ରଭୁଙ୍କ ରାତି ପହୁଡ଼ ହୋଇନଥିବା ବେଳେ ସାଧାରଣ ଦର୍ଶନ ଚାଲୁ ରହିଛି । ଭକ୍ତମାନେ ସୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରୁଛନ୍ତି ।

Leave A Reply

Your email address will not be published.