Latest Odisha News

BREAKING NEWS

ଏକ ମାସ ମଧ୍ୟରେ ୧୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ!

ବୁଗୁଡା: ସୁରାଟର ବିଭିନ୍ନ ଫ୍ୟାକ୍ଟେରୀରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ଏକ ମାସ ମଧ୍ୟରେ ୧୨ ଜଣ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଫ୍ୟାକ୍ଟେରୀ ମାଲିକ ବୃନ୍ଦ କୌଣସି କ୍ଷତିପୂରଣ ଦେଉନଥିବା ଅଭିଯୋଗ କରିଛନ୍ତି ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ କୁମାର ସାହୁ।

ଯାହା ଫଳରେ ସେହି ଶ୍ରମିକଙ୍କ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସେମାନେ ପ୍ରକାଶ କରିଛନ୍ତି।

ଆହୁରି ମଧ୍ୟ ବାରମ୍ବାର ସଚେତନ କଲେ ବି ପ୍ରବାସୀ ଓଡ଼ିଆ ଶ୍ରମିକ ମାନେ ଫ୍ୟାକ୍ଟେରୀ ସହ ବିନା କୌଣସି ଚୁକ୍ତିବଦ୍ଧରେ କାମ କରୁଥିବା ବେଳେ ସେମାନଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ବା ମାଲିକମାନେ କୌଣସି ପ୍ରକାର ସାହାଯ୍ୟ କରୁନଥିବା ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

ପ୍ରୋଭିଡେଣ୍ଟ ଫଣ୍ଡ, ବୀମା, ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଦରମା ପ୍ରଦାନ କରିବାକୁ ଫ୍ୟାକ୍ଟେରୀ ମାଲିକ ସହ ଚୁକ୍ତିନାମା କରି କାର‌୍ୟ୍ୟରେ ଯୋଗ ଦେବାକୁ ଓଡ଼ିଆ ଶ୍ରମିକ ମାନଙ୍କୁ ଓଡ଼ିଆ ସମାଜ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଉଛି। ତଥାପି ମୌଖିକ ପ୍ରତିଶ୍ରୁତିରେ କାର୍ଯ୍ୟରେ ଯୋଗଦେବା ଯୋଗୁଁ ଶ୍ରମିକମାନେ ବିଭିନ୍ନ ଅସୁବିଧାରେ ପଡୁଥିବା ଦେଖାଦେଉଥିବା ନେଇ ଅଭିଯୋଗ କରିଛନ୍ତି।

ସେଥିପାଇଁ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ର ସରକାର ଓ ଗୁଜରାଟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଦୁର୍ଘଟଣା ଜନିତ କ୍ଷତିପୂରଣ ପାଇଁ ପ୍ରଥମ ବର୍ଷ ତିନି ଶହ ଓ ପରବର୍ତ୍ତୀ ବର୍ଷ ମାନଙ୍କରେ ଦୁଇଶହ ଟଙ୍କା ପ୍ରିମୀୟମରେ ୧୦ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯାଇଛି।

ଯାହା ଫଳରେ କୌଣସି କ୍ଷେତ୍ରରେ ଶ୍ରମିକମାନଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ଦଶ ଲକ୍ଷ ଟଙ୍କାର ବିମାରାଶି ମିଳିବା ସହ କୌଣସି ଅଙ୍ଗ ହରାଇଲେ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବା ପାଇଁ ବ୍ୟବସ୍ଥା ଥିବା ଯୋଗୁଁ ସମସ୍ତ ଶ୍ରମିକ ଏହି ବିମାଭୁକ୍ତ ହେବାକୁ ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

ଏଥିସହ ଶ୍ରୀ ସାହୁ ଓଡ଼ିଶାର ସମସ୍ତ ଜନ ପ୍ରତିନିଧି ମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ନିଜ ପଞ୍ଚାୟତରୁ ସୁରାଟକୁ କାର‌୍ୟ୍ୟ କରିବାକୁ ଆସିଥିବା ଶ୍ରମିକମାନଙ୍କୁ ଏହି ବିମାର ସୁଯୋଗ ନେବାକୁ ସଚେତନତା କରାଯାଇପାରିଲେ ସେମାନଙ୍କ ପରିବାର ଉପକୃତ ହୋଇପାରିବେ।

Leave A Reply

Your email address will not be published.