Latest Odisha News

BREAKING NEWS

୨ ବର୍ଷର ଶିଶୁକନ୍ୟାକୁ ପୋଲିସ ଦେଲା ସିଗାରେଟ୍ ଚେଙ୍କ !

ଛତିଶଗଡ: ଶନିବାର ପୋଲିସକୁ ଗିରଫ କରିଛି ଖୋଦ ପୋଲିସ । ବାଲୋଦ ଜିଲ୍ଲାରେ ଜଣେ ପୋଲିସ କନେଷ୍ଟବଳ ୨ ବର୍ଷର ଶିଶୁକନ୍ୟାକୁ ସିଗାରେଟ୍ ଚେଙ୍କ ଦେବା ଭଳି ଅଭିଯୋଗ ସାମ୍ନାକୁ ଆସିଛି । ଘଟଣାଟି ଅବିଶ୍ୱାସ ଲାଗୁଥିଲେ ବି ଏ ନେଇ ଅପମାନ ମୁଣ୍ଡାଇବାକୁ ବାଧ୍ୟ ହୋଇଛି ଛତିଶଗଡ ପୋଲିସ ।

ପ୍ରଥମେ ଫେରାର ଥିବା ଅଭିଯୁକ୍ତ କନେଷ୍ଟବଳ ଅବିନାଶ ରାୟ ଗୁରୁବାର ରାତିରେ ଘଟାଇଥିଲା ଅମାନବୀୟ କାଣ୍ଡ । ତେବେ ଅଭିଯୁକ୍ତ ଅବିନାଶର କାରନାମା ପଦାରେ ପଡିବା ପରେ ତାକୁ ଶନିବାର ସକାଳୁ ଭିଲାଇ ସହରରୁ ଗିରଫ କରାଯାଇଥିଲା ।

ପୋଲିସ ରିପୋର୍ଟ ଅନୁଯାୟୀ ବାଲୋଦ ଜିଲ୍ଲାରେ କାର୍ଯ୍ୟରତ ଥିବାବେଳେ ଅଭିଯୁକ୍ତ ଅବିନାଶ ଶିଶୁକନ୍ୟା ଘରେ ଭଡାରେ ରହୁଥିଲା । ମାତ୍ର ମାସକ ପୂର୍ବରୁ ସେ ଦୁର୍ଗ ଜିଲ୍ଲାକୁ ବଦଳି ହୋଇଯାଇଥିଲା । ଧାର ସ୍ୱରୂପ ଶିଶୁକନ୍ୟାର ମାଆ ଅଭିଯୁକ୍ତ ଅବିନାଶଠୁ କିଛି ଟଙ୍କା ନେଇଥିଲେ ।

ଧାର ଟଙ୍କା ଫେରସ୍ତ ଆଣିବା ପାଇଁ ଅକ୍ଟୋବର ୨୪, ଶନିବାର ଦିନ ଅଭିଯୁକ୍ତ ଅବିନାଶ ଘର ମାଲିକ ପାଖକୁ ଯାଇଥିଲା । ହେଲେ ଘର ମାଲିକ ନାଗପୁର ଯାଇଥିବାରୁ ସେ ଗୁରୁବାର ପର୍ଯ୍ୟନ୍ତ ତାଙ୍କ ଘରେ ରହିଥିଲା ।

ଗୁରୁବାର ଦିନ ମଦ ନିଶାରେ ଟଳମଳ ଅବସ୍ଥାରେ ସେ ଶିଶୁକନ୍ୟାକୁ ଏକ ଘରେ ପୁରାଇ ଜୋର ଜବରଦସ୍ତ ବାପା ଡାକିବାକୁ କହିଥିଲା । କିଛି ଉତ୍ତର ନପାଇବାରୁ ଉତ୍ତ୍ୟକ୍ତ ହୋଇ ଶିଶୁକନ୍ୟାର ମୁହଁ, ହାତ ଓ ପେଟରେ ଦେଇଥିଲା ସିଗାରେଟ୍ ଚେଙ୍କ । ଅନ୍ୟପଟେ ବନ୍ଦ ଘର ବାହାରେ ଶିଶୁକନ୍ୟାର ମାଆ ଯେତେ ନେହୁରା ହୋଇଥିଲେ ବି ପ୍ରାୟ ୫୦ଥର ସିଗେରଟ୍ ଚେଙ୍କ ଦବା ପରେ ଅଭିଯୁକ୍ତ ଅବିନାଶ କବାଟ୍ ଖୋଲିଥିଲା ।

Leave A Reply

Your email address will not be published.