Latest Odisha News

BREAKING NEWS

ଡାଟା ବୈଜ୍ଞାନିକ ହେଲେ ୭ମ ଶ୍ରେଣୀର ଛାତ୍ର, ମିଳିଲା ସଫ୍ଟୱେୟାର୍ କମ୍ପାନୀରେ ନିଯୁକ୍ତି

ହାଇଦ୍ରାବାଦ: ହାଇଦ୍ରାବାଦର ଏକ ସଫ୍ଟୱେୟାର କମ୍ପାନୀ ‘ମୋଣ୍ଟେଜିନ୍ ସ୍ମାର୍ଟ ବିଜିନେସ୍ ସଲ୍ୟୁଶନ୍ସ’ରେ ଡାଟା ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଛନ୍ତି ଜଣେ ୧୨ ବର୍ଷୀୟ ବାଳକ ସିଦ୍ଧାର୍ଥ ଶ୍ରୀବାସ୍ତବ ପିଲ୍ଲାଇ ।

ଖୁବକମ୍ ବୟସରେ ଏଭଳି ସଫଳତା ପାଇଥିବାରୁ ଏହାକୁ ନେଇ ଏବେ ସବୁଠୁ ଚର୍ଚ୍ଚା । ସେ ସ୍ଥାନୀୟ ଚୈତନ୍ୟ ବିଦ୍ୟାଳୟରେ ୭ମ ଶ୍ରେଣୀରେ ଅଧୟନରତ ।

ଗୁଗୁଲ ଡେଭଲୋପର ତନ୍ମୟ ବକ୍ସିଙ୍କୁ ସେ ନିଜର ପ୍ରେରଣାଦାୟୀ ବୋଲି କୁହନ୍ତି । ଯିଏକି ଅଳ୍ପ ବୟସରେ ଗୁଗୁଲର ଜଣେ ଡେଭଲପର ଭାବେ କାମ ପାଇଥିଲେ । ଏବେ ସେ ସାରା ଦୁନିଆକୁ ବୁଝାଇବାକୁ ଚାହାଁନ୍ତି ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ) କ୍ରାନ୍ତି କେତେ ସୁନ୍ଦର ବୋଲି ।

ବାପାଙ୍କ ସହାୟତାରେ ପିଲାବେଳୁ କମ୍ପ୍ୟୁଟର୍ କୋଡିଂ ଶିଖିଥିଲି । ନିଜ ସଫଳତା ତଥା ଆଜି ମୁଁ ଯେଉଁଠି ପହଞ୍ଚିଛି ତା’ର ସମସ୍ତ ଶ୍ରେୟ ତାଙ୍କ ବାପାଙ୍କୁ ଯିବ ବୋଲି କୁହନ୍ତି ସିଦ୍ଧାର୍ଥ ।

Leave A Reply

Your email address will not be published.