Latest Odisha News

BREAKING NEWS

‘ସ୍ମାର୍ଟ ଡଷ୍ଟବିନ୍’ ନିର୍ମାଣ କଲେ ଓଡିଆ ପୁଅ ଅନୁଭବ; ଜାଣନ୍ତୁ ମିଳିବ କି ସୁବିଧା

ବାରିପଦା: ସ୍ୱଚ୍ଛତା ଲାଗି ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ମୟୁରଭଞ୍ଜ ଜିଲ୍ଲାସ୍ଥିତ ବାରିପଦାର ଜଣେ ଛାତ୍ର କମ୍ ଖର୍ଚ୍ଚରେ ନିର୍ମାଣ କରିଛନ୍ତି ଏକ ‘ସ୍ମାର୍ଟ ଡଷ୍ଟବିନ୍’ ।

ସ୍ଥାନୀୟ ସତ୍ୟସାଇ ବିଦ୍ୟାମନ୍ଦିରରେ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଅନୁଭବ ଷଡଙ୍ଗୀ ନାମକ ଜଣେ ଛାତ୍ର ସାମାନ୍ୟ ଜ୍ଞାନକୌଶଳରେ ଏଭଳି ନିର୍ମାଣ କରିଛନ୍ତି ।

ଏହି ସ୍ମାର୍ଟ ଡଷ୍ଟବିନ୍ ସମ୍ପର୍କରେ ସୂଚନା ଦେଇ ଅନୁଭବ କହିଛନ୍ତି “ମୁଁ ଏହି ଡଷ୍ଟବିନରେ ସେନସର ଲଗାଇଛି । ଯାହାଫଳରେ ଡଷ୍ଟବିନ୍ ସମ୍ମୁଖକୁ ଗଲେ ଏହାର କଭର୍ ଆପେଆପେ ଖୋଲିଯିବ ଏବଂ ଦୁର୍ଗନ୍ଧ ମଧ୍ୟ ହେବନାହିଁ । ଏହାବ୍ୟତିତ ଏହି ସ୍ମାର୍ଟ ଡଷ୍ଟବିନକୁ ମୋବାଇଲ୍ ସହ ଜିପିଏସରେ ସଂଯୋଗ କରାଯାଇପାରିବ । ଯାହାଫଳରେ ଡଷ୍ଟବିନରେ ଆର୍ବଜନା ଭର୍ତ୍ତି ହୋଇଗଲେ ମୋବାଇଲକୁ ମେସେଜ୍ ଯିବ” ।

ଅନେକ ସମୟରେ ଡଷ୍ଟବିନର ଉପର ଖୋଲା ରହୁଥିବା ଯୋଗୁଁ ଚାରିଆଡେ ଦୁର୍ଗନ୍ଧ ବ୍ୟାପିଥାଏ । କିନ୍ତୁ ଏହି ଡଷ୍ଟବିନରେ ଲଗାଯାଇଥିବା ଅତ୍ୟାଧୁନିକ ଉପକରଣ ଯୋଗୁଁ କେହି ଡଷ୍ଟବିନ ପାଖକୁ ଗଲେ ତାହା ଆପେଆପେ ଖୋଲିଯିବ ଏବଂ ଆବର୍ଜନା ପକାଇ ସାରିବା ପରେ ତାହାର କଭର୍ ପୁଣି ବନ୍ଦ ହୋଇଯିବ । ଯାହାଫଳରେ ଦୁର୍ଗନ୍ଧ ହେବନାହିଁ ।

ଏହି ଡଷ୍ଟବିନ୍ ପରିବେଶକୁ ସୁସ୍ଥ ଓ ସ୍ୱଚ୍ଛ ରଖିବାରେ ଖୁବ୍ ସହାୟ ହେବ ବୋଲି ମୋତେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି ଅନୁଭବ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.