Latest Odisha News

BREAKING NEWS

ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ ୧୨୯ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଓଡିଶାର ଜଣେ ଛାତ୍ର ୧୨୯ଜଣଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଓଡିଶା ସରକାର ସୂଚନା ଦେଇଛନ୍ତି । ଉକ୍ତ ଛାତ୍ର ଜଣକ ସୋମବାର ଦିନ ନୂଆଦିଲ୍ଲୀରୁ ଓଡିଶାକୁ ଟ୍ରେନ ଯୋଗେ ଆସିଛନ୍ତି ।

ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ତାଙ୍କ ଦ୍ୱିତୀୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କି, କରୋନା ଆକ୍ରାନ୍ତ ଛାତ୍ର ଜଣକ ମାର୍ଚ୍ଚ ୬ ତାରିଖରେ ଇଟାଲୀରୁ ଭାରତ ଫେରିଥିଲେ । ଦିଲ୍ଲୀରେ ରହିବା ସମୟରେ ସେ ୫୩ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । ଏବଂ ଟ୍ରେନ ଯୋଗେ ଭୁବନେଶ୍ୱର ଆସିବା ସମୟରେ ୭୬ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଚିହ୍ନଟ କରିବାକୁ ପ୍ରୟାସ ଜାରି ରହିଛି ।

କରୋନା ଆକ୍ରାନ୍ତ ଛାତ୍ର ଜଣକ ଭୁବନେଶ୍ୱର ଆସିବା ପରେ ଏକ ଘରୋଇ କ୍ଲିନିକକୁ ଯାଇଥିଲେ । ସେହ କ୍ଲିନିକକୁ ବନ୍ଦ କରାଯାଇ ସଂପୃକ୍ତ ଡାକ୍ତର ଓ ଷ୍ଟାଫଙ୍କୁ ଆଇସୋଲେସନରେ ରଖାଯାଇଥିବା ନେଇ ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.