Latest Odisha News

BREAKING NEWS

୧୭ରେ ବହୁମତ ସାବ୍ୟସ୍ତ କରିବାକୁ କମଳନାଥଙ୍କୁ ପତ୍ର ଲେଖିଲେ ରାଜ୍ୟପାଳ

ଭୋପାଳ: ସୋମବାର ମଧ୍ୟପ୍ରଦେଶ ରାଜନୀତିର ନାଟକୀୟ ମୋଡ ଦେଖିବାକୁ ମିଳିଛି । ପ୍ରଥମେ ବିଧାନସଭା କାର୍ଯ୍ୟକାଳକୁ ୨୭ ପର୍ଯ୍ୟନ୍ତ ସ୍ଥଗିତ ରଖା ଯାଇଥିଲା । ମାତ୍ର ପରେ ରାଜ୍ୟପାଳ ଲାଲାଜୀ ଟଣ୍ଡନ ସୋମବାର ଏକ ଚିଠିଲେଖି ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଜଣାଇଛନ୍ତି ମାର୍ଚ୍ଚ ୧୭ ଅର୍ଥାତ୍ ମଙ୍ଗଳବାର ସେ ବହୁମତ ସାବ୍ୟସ୍ତ କରିବେ। ଯଦି ଏହା ନ ହୁଏ ତେବେ ତାଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ ବୋଲି ଧରି ନିଆଯିବ। ରାଜ୍ୟପାଳଙ୍କ ଏହି ଚିଠି ପରେ ଏବେ ମଧ୍ୟପ୍ରଦେଶ ରାଜନୀତି ପୁଣି ହୋଇଛି ସରଗରମ ।

ମଧ୍ୟପ୍ରଦେଶ ରାଜନୀତିରେ ଚାଲିଥିବା ହାଇଡ୍ରାମା ଉପରେ ରହଛି ସମସ୍ତଙ୍କର ନଜର। ସୋମବାର କମଲନାଥ ସରକାର ବହୁମତ ସାବ୍ୟସ୍ତ କରିବାକୁ ଥିବା ବେଳେ କରୋନା ଭାଇରସ ପାଇଁ ମଧ୍ୟପ୍ରଦେଶ ବିଧାନସଭା ଆସନ୍ତା ୨୬ ପର‌୍ୟ୍ୟନ୍ତ ସ୍ଥଗିତ ରଖାଗଲା । ଏହାକୁ ଦେଖି କଳମନାଥ ସରକାର ବଂଚିଗଲା ବୋଲି ସମସ୍ତେ କହିଥିଲେ । ମାତ୍ର ଏବେ ରାଜ୍ୟପାଳଙ୍କ ପତ୍ର ପରେ ପରି୍‌ସ୍ଥିତି କଣ ହେଉଛି ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.