Latest Odisha News

BREAKING NEWS

ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ଆତ୍ମହତ୍ୟା କରିବାକୁ ଧମକ ଦେଲେ ତାରା ବାହିନୀପତି

ଭୁବନେଶ୍ୱର: ରାଜ୍ୟରେ ୧୪ ହଜାର ସ୍କୁଲ ବନ୍ଦ ହେବା ପ୍ରସଙ୍ଗରେ ଆଜି ଗୃହରେ ହୋହାଲ୍ଲା ଲାଗି ରହିଥିବା ବେଳେ ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଆତ୍ମହୂତି ଦେବେ ବୋଲି ଧମକ ଦେଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ସେ ବେକକାଟି ମରିବେ ବୋଲି କହିଛନ୍ତି ।

ଏ ନେଇ ତାରା ବାହିନୀପତି କହିଛନ୍ତି ଯେ ‘ସ୍କୁଲ ବନ୍ଦ କରିବା ନେଇ ସରକାରଙ୍କ ଏହି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କୁ ତାଙ୍କ ଶିକ୍ଷା ଅଧିକାରରୁ ବଞ୍ଚିତ କରିବ । ସେ ବାଚସ୍ପତିଙ୍କୁ କହିଛନ୍ତି ଯଦି ସ୍କୁଲଗୁଡିକୁ ବନ୍ଦ କରାଯାଏ ତେବେ ମୁଁ ଆତ୍ମହତ୍ୟା କରିବି ।’

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ୨୦ ଜଣରୁ କମ ଥିବା ଛାତ୍ରଛାତ୍ରୀ ଥିବା ରାଜ୍ୟର ପ୍ରାୟ ୧୪ ହଜାର ସ୍କୁଲକୁ ବନ୍ଦ କରାଯିବ ।

Leave A Reply

Your email address will not be published.