Latest Odisha News

BREAKING NEWS

‘SI is Arriving’ ମେଟା AI ମୁଖ୍ୟଙ୍କ ଚେତାବନୀ-ଆସୁଛି SI : ହେବ କେତେ ବିପଜ୍ଜନକ ମଣିଷ ଉପରେ ନିର୍ଭର …

ବ୍ୟୁରୋ: AIର ବ୍ୟାପକ ବ୍ୟବହାର ପରେ ଏବେ ବିଶ୍ୱ ସୁପର ଇଂଟେଲିଜେନ୍ସ (SI) ଆଡକୁ ଗତି କରୁଛି । ମେଟା ଏଆଇ ମୁଖ୍ୟ ଆଲେକ୍ସାଣ୍ଡର ୱାଙ୍ଗ ଏନେଇ ଚେତାବନୀ ଦେଇଛନ୍ତି । ଏଆଇର ଦ୍ରୁତ ବିକାଶ ଏବଂ ବହୁଳ ବ୍ୟବହାର ପରେ ବିଶ୍ୱ ସୁପର ଇଂଟେଲିଜେନ୍ସ ଆଡକୁ ଅଗ୍ରସର ହେଲାଣି । କହିବାକୁ ଗଲେ ବିଶ୍ୱରେ ଏବେ ସୁପର ଇଂଟେଲିଜେନ୍ସର ଯୁଗ ଆରମ୍ଭ ହୋଇଗଲାଣି । ୱାଙ୍ଗ କହିଛନ୍ତି ଯେ, ଆଗାମୀ ବର୍ଷ ମାନବ ଜାତିକୁ କ୍ରମାଗତ ଶକ୍ତିଶାଳୀ କରିବା ଦିଗରେ ଏଆଇ ସିଷ୍ଟମ ଲାଭଦାୟକ କି ନୁହେଁ କିମ୍ବା ଏପରି ଫଳାଫଳ ଆଣିବ ଯାହା ନିୟନ୍ତ୍ରଣ କରିବା ମଣିଷ ପକ୍ଷେ କଷ୍ଟକର ହୋଇଯିବ । ଏଆଇ ବିକାଶର ଗତିକୁ ପ୍ରଯୁକ୍ତିବିଦ୍ୟା ଶିଳ୍ପ ମଧ୍ୟରେ ଏକ ବିତର୍କ ସୃଷ୍ଟି କରିଦେଇଛିି । ବୈଜ୍ଞାନିକ ଓ ଅର୍ଥନୈତିକ ବିକାଶକୁ ଏଆଇ ତ୍ୱରାନ୍ୱିତ କରିବାର ସମ୍ଭାବନା ଦେଖାଦେଉଛି । ସେ ଆହୁରି ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ, ସମାଜକୁ ମେସିନ ହାତରେ ସମର୍ପଣ କରିବା ପରିବର୍ତ୍ତେ ମାନବଜାତିକୁ ଏହାର ଭବିଷ୍ୟତ ଗଠନରେ ସକ୍ରିୟ ଭାବରେ ସାମିଲ ରହିବା ଉଚ୍ଚିତ ।

ୱାଙ୍ଗ ତାଙ୍କ ପୋଷ୍ଟରେ ଲେଖିଛନ୍ତି ସୁପରଇଂଟେଲିଜେଂଟ ଆସୁଛି ବୋଲି । କାରଣ ଛୋଟରୁ ବଡ ସମସ୍ତେ ଏଆଇର ବହୁଳ ବ୍ୟବହାରରେ ଲାଗିଛନ୍ତି । ଗଣିତର ସବୁଠାରୁ ଜଣାଶୁଣା ପ୍ରସିଦ୍ଧ ଅସମାହିତ ସମସ୍ୟା ମଧ୍ୟରୁ ଗୋଟିଏ ହେଉଛି ରିମାନ ହାଇପୋଥେସିସ୍ । ତାକୁ ଏଆଇରେ ରିପୋର୍ଟ କରିବା କିମ୍ବା ସଲଭ ପାଇଁ କହିବା ଏକ ମାଇଲଖୁଂଟ ଭାବେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଯାହା ପରିବର୍ତ୍ତର୍ନକୁ ପ୍ରମାଣିତ କରାଉଛି । ଏଆଇ ହେଉଛି ଏକ ଏଲିଅନ ମସ୍ତିଷ୍କ ଯାହାକୁ ମଣିଷ ସମ୍ପୂର୍ଣ୍ଣ ବୁଝିପାରିନାହିଁ । କିନ୍ତୁ ବହୁଳ ବ୍ୟବହାର ଚିନ୍ତାଜନକ ହୋଇଛି ବୋଲି ସେ କହିଛନ୍ତି । ଆଗକୁ ଏହା ମାନବ ବିଶେଷଜ୍ଞତାଠାରୁ ଆଗକୁ ବଢିଯିବ ବୋଲି ସେ କହିଛନ୍ତି । ପ୍ରାୟ ପ୍ରତ୍ୟେକ କ୍ଷେତ୍ରର ପ୍ରଗତିରେ ଏଆଇ ସବୁଠାରୁ ବଡ ଯୋଗଦାନକାରୀ ହୋଇଯିବ । ସର୍ବୋତ୍ତମ ମାନବୀୟ ଦକ୍ଷତାକୁ ଅତିକ୍ରମ କରିବ । ହଜାରେ ଗୁଣରେ ମଣିଷଠାରୁ ସବୁ କ୍ଷେତ୍ରରେ ଆଗୁଆ ରହିଛି ଏଆଇ । ତେବେ ଆଗକୁ ଲୋକ ଏହାକୁ ସୁରକ୍ଷିତ ଭାବେ ବ୍ୟବହାର କରିବା ଜରୁରୀ । ସବୁକିଛି ଏଆଇ ଉପରେ ଛାଡିଦେଇ ଅଳସୁଆ ହେବାର ନାହିଁ ବୋଲି ପରାମର୍ଶ ଦେଇଛନ୍ତି ୱାଙ୍ଗ୍ ।

Leave A Reply

Your email address will not be published.