ଭୁବନେଶ୍ଵର: ଆୟୁଷ୍ମାନ ଯୋଜନାକୁ ନେଇ ଗୃହରେ ତଥ୍ୟ ରଖିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବିଧାନସଭାରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ଓଡିଶାରେ ଆୟୁଷ୍ମାନ ଯୋଜନାରେ ଅଢେଇ ବର୍ଷରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କୁ ମିଳିଛି ଚିକିତ୍ସା । ଏଥିପାଇଁ ଖର୍ଚ୍ଚ ହୋଇଛି ୬,୮୭୭ କୋଟି ଟଙ୍କା । ୧୧ ଏପ୍ରିଲ ୨୦୨୫ରୁ ୧୯ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଏହି ଟଙ୍କା ଖର୍ଚ୍ଚ ହୋଇଛି ।
ଆୟୁଷ୍ମାନ କାର୍ଡ ଚିକିତ୍ସାରେ କଟକ ଆଗରେ ରହିଛି । ଦ୍ୱିତୀୟରେ ଗଞ୍ଜାମ ରହିଛି । ସେହିପରି ରାଜ୍ୟ ବାହାର ଚିକିତ୍ସାରେ ବଲାଙ୍ଗିର ଆଗରେ ରହିଛି । ଆୟୁଷ୍ମାନ ଯୋଜନାରେ ବଲାଙ୍ଗିରକୁ ସର୍ବାଧିକ ଫାଇଦା ମିଳିଛି । ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିରୁ ସର୍ବାଧିକ ଲୋକ ଓଡ଼ିଶା ବାହାରେ ଚିକିତ୍ସା ଲାଭ ପାଇଛନ୍ତି ।
ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଏନେଇ ଲିଖିତ ଉତ୍ତରରେ କହିଛନ୍ତି ସେହିପରି ଓଡ଼ିଶା ବାହାରେ ମଧ୍ୟ ୨ ଲକ୍ଷ ରୋଗୀଙ୍କ ଚିକିତ୍ସା ହୋଇଛି । ଏଥିପାଇଁ ୬୫୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
